ଭୁବନେଶ୍ୱରରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା, ପୋଲିସ କବଜାରେ ହତ୍ୟା ଅଭିଯୁକ୍ତ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ନୂଆ ଖୁଲାସା ହେବାରେ ଲାଗିଛି। ଏହି ଘଟଣାକୁ ଅନେକ ଦିନ ବିତିଥିଲା ବେଳେ ମୃତ ମହିଳାଙ୍କ ପରିଚୟ ପୋଲିସକୁ ମିଳିଛି।

ପୋଲିସର ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ଏଥିସହିତ ପୋଲିସ ହାତରେ ଧରାପଡିଛି ହତ୍ୟା ଅଭିଯୁକ୍ତ। ହତ୍ୟା ପଛରେ ପରକୀୟା ପ୍ରିତି ଥିବା ସନ୍ଦେହ କରୁଛି ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିଥିବା କୁହାଯାଉଛି । ଏନେଇ ଆଜି ପ୍ରେସମିଟରେ କମିଶନରେଟ୍ ପୋଲିସ ଖୁଲାସା କରିବ।

ତେବେ ହତ୍ୟାକାରୀ ଖସିଯିବା ଆଶଙ୍କାରେ ମହିଳାଙ୍କ ପରିଚୟକୁ ଗୋପନ ରଖିଛି ପୋଲିସ । ସପ୍ତାହ ତଳେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ମହିଳାଙ୍କ ପରିଚୟ ପାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ ।

ସୂଚନାଯୋଗ୍ୟ, ନିକଟରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ଲାଗି ଭୁବନେଶ୍ୱର ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଛି । ସେପଟେ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟାନ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଇଛି ପୋଲିସ । ସାଇଣ୍ଟଫିକ ଓ ଡଗ ସ୍କ୍ୱାଡ୍ ସନ୍ଦେହୀ ଆଖିରେ ଓଡିଶା ବାୟୋଟେକ ପାର୍କର ଶ୍ରମିକ ରହିଛନ୍ତି । କାରଣ ଶ୍ରମିକଙ୍କ ଘରୁ ମିଳିଥିବା ଛୁରୀର ଅବିକଳ ଛୁରୀ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ଏଥିସହ ପଢନ୍ତୁ- ଭୁବନେଶ୍ୱରରେ ମୁଣ୍ଡବିହୀନ ଶବ ମିଳିବା ଘଟଣା, ମିଳିଲା ମୃତ ମହିଳାଙ୍କ ପରିଚୟ

Leave a Reply