spot_img

Latest Posts

ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ

ମୟୂରଭଞ୍ଜ : ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଘୋଡାପାଳ ଗାଁର ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର। ସକାଳୁ ଜଣେ ନାବାଳିକାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ପରେ କୁଳିଅଣା ପୋଲିସ ନଦୀରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।  ମୃତ ନାବାଳିକାର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ମୃତ ନାବାଳିକାର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ନାବାଳିକାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଛି । କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Latest Posts

Don't Miss