୧୨ କୋଟି ଟଙ୍କାର ଘର କିନ୍ତୁ ରାତିରେ ମାଲିକ ଶୋଇବା ମନା..

1 min read

 ନନ୍ଦିଘୋଷ ବ୍ୟୁରୋ: ୨୦୧୩ ମସିହାରେ ସାମ୍ନାକୁ ଆସିଥିଲା The Conjuring ଫିଲ୍ମରେ ଏକ ଘର । ଯେଉଁଘରକୁ ହରର ହାଉସ ବୋଲି ବି କୁହାଯାଏ  । ପରେ ଭୂତ କୋଠି ବୋଲି ଜାଣିବାକୁ ପାଇଥିଲେ ଲୋକେ  ।  ଏବେ ଏହି ଘରକୁ ୧୨ କୋଟିରେ କିଣିଛନ୍ତି ଜଣେ ବ୍ୟକ୍ତି  । କିନ୍ତୁ କିଏ ରହିବ ଏହି ଘରେ  । ଭୂତ କୋଠିରେ ରାତିରେ ମାଲିକ ରହିପାରିବେ ତ? ୧୭୩୬ ମସିହାରେ ଆମେରିକାର ରୋଡ ଆଇଲ୍ୟାଣ୍ଡରେ ତିଆରି ହୋଇଥିଲା ଏହି ଘର  । ସିଟି ଅଫ ପ୍ରୋଭିଡେନ୍ସ ଠାରୁ ୪୦ ମିନଟର ଦୂରରେ ରହିଛି ଉକ୍ତ ଆବାସ  । ସାଢେ ଆଠ ଏକର ଜମିରେ ନିର୍ମିତ ଏହି ଘର ପ୍ରଥମେ ଜେନ ଏବଂ କୋରୀ ହେନଜେନଙ୍କ ନାମରେ ରହିଥିଲା  । ଆଉ ୨୦୧୯ ମସିହାରେ ୩କୋଟି ୪୦ ଲକ୍ଷ ଟଙ୍କାରେ କିଣାଯାଇଥିଲା  ।

ମିଳିଥିବା ସୂଚନା ମୁତାବକ ୧୯୭୧ ମସିହାରୁ ୧୯୮୦ ପର୍ଯ୍ୟନ୍ତ ପେରୋନଙ୍କ ପରିବାର ଏହି ଘରେ ରହିଆସୁଥିଲେ  । ସେହି ଘରେ ରହିବା ସମୟରେ ସେମାନେ ଦାବି କରିଆସୁଥିଲେ ଯେ, କିଛି ଅଲୌକିକ କାର୍ଯ୍ୟ ଏହି ଘରେ ଘଟୁଛି  । ପରବର୍ତ୍ତୀ ସମୟରେ ଏନେଇ ଲୋରେନ ବାରେନଙ୍କ ସାହାର୍ଯ୍ୟ ନେଇଥିଲେ  । ଆଉ ଏହି ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ The Conjuring.

ଏବେ ଏହି ହଣ୍ଟର ଘରକୁ କିଣିଛନ୍ତି ଜ୍ୟାକଲିନ ମୁନେଜ  । ରିୟଲ ଇଷ୍ଟେଟ ଡେଭଲପପର ଭାବେ କାର୍ଯ୍ୟ କରୁଥିବା ଜ୍ୟାକଲିନ ଏବେ ବୋଷ୍ଟନ ସହରରେ ରହି ଆସୁଛନ୍ତି  । ଏହି ଘରକୁ କିଣିଥିବା ନୂତନ ମାଲିକ ଲର୍ଣ୍ଣିହ୍ଗ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି  । ଯେଉଁଠି ମରିଯାଇଥିବା ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଉପରେ ରିସର୍ଚ୍ଚ କରାଯିବା ନେଇ ଯୋଜନା କରୁଛନ୍ତି  ଜ୍ୟାକଲିନ ମୁନେଜ    ।