୧୨ କୋଟି ଟଙ୍କାର ଘର କିନ୍ତୁ ରାତିରେ ମାଲିକ ଶୋଇବା ମନା..
1 min readନନ୍ଦିଘୋଷ ବ୍ୟୁରୋ: ୨୦୧୩ ମସିହାରେ ସାମ୍ନାକୁ ଆସିଥିଲା The Conjuring ଫିଲ୍ମରେ ଏକ ଘର । ଯେଉଁଘରକୁ ହରର ହାଉସ ବୋଲି ବି କୁହାଯାଏ । ପରେ ଭୂତ କୋଠି ବୋଲି ଜାଣିବାକୁ ପାଇଥିଲେ ଲୋକେ । ଏବେ ଏହି ଘରକୁ ୧୨ କୋଟିରେ କିଣିଛନ୍ତି ଜଣେ ବ୍ୟକ୍ତି । କିନ୍ତୁ କିଏ ରହିବ ଏହି ଘରେ । ଭୂତ କୋଠିରେ ରାତିରେ ମାଲିକ ରହିପାରିବେ ତ? ୧୭୩୬ ମସିହାରେ ଆମେରିକାର ରୋଡ ଆଇଲ୍ୟାଣ୍ଡରେ ତିଆରି ହୋଇଥିଲା ଏହି ଘର । ସିଟି ଅଫ ପ୍ରୋଭିଡେନ୍ସ ଠାରୁ ୪୦ ମିନଟର ଦୂରରେ ରହିଛି ଉକ୍ତ ଆବାସ । ସାଢେ ଆଠ ଏକର ଜମିରେ ନିର୍ମିତ ଏହି ଘର ପ୍ରଥମେ ଜେନ ଏବଂ କୋରୀ ହେନଜେନଙ୍କ ନାମରେ ରହିଥିଲା । ଆଉ ୨୦୧୯ ମସିହାରେ ୩କୋଟି ୪୦ ଲକ୍ଷ ଟଙ୍କାରେ କିଣାଯାଇଥିଲା ।
ମିଳିଥିବା ସୂଚନା ମୁତାବକ ୧୯୭୧ ମସିହାରୁ ୧୯୮୦ ପର୍ଯ୍ୟନ୍ତ ପେରୋନଙ୍କ ପରିବାର ଏହି ଘରେ ରହିଆସୁଥିଲେ । ସେହି ଘରେ ରହିବା ସମୟରେ ସେମାନେ ଦାବି କରିଆସୁଥିଲେ ଯେ, କିଛି ଅଲୌକିକ କାର୍ଯ୍ୟ ଏହି ଘରେ ଘଟୁଛି । ପରବର୍ତ୍ତୀ ସମୟରେ ଏନେଇ ଲୋରେନ ବାରେନଙ୍କ ସାହାର୍ଯ୍ୟ ନେଇଥିଲେ । ଆଉ ଏହି ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ The Conjuring.
ଏବେ ଏହି ହଣ୍ଟର ଘରକୁ କିଣିଛନ୍ତି ଜ୍ୟାକଲିନ ମୁନେଜ । ରିୟଲ ଇଷ୍ଟେଟ ଡେଭଲପପର ଭାବେ କାର୍ଯ୍ୟ କରୁଥିବା ଜ୍ୟାକଲିନ ଏବେ ବୋଷ୍ଟନ ସହରରେ ରହି ଆସୁଛନ୍ତି । ଏହି ଘରକୁ କିଣିଥିବା ନୂତନ ମାଲିକ ଲର୍ଣ୍ଣିହ୍ଗ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି । ଯେଉଁଠି ମରିଯାଇଥିବା ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଉପରେ ରିସର୍ଚ୍ଚ କରାଯିବା ନେଇ ଯୋଜନା କରୁଛନ୍ତି ଜ୍ୟାକଲିନ ମୁନେଜ ।