ହାଥରସ ଦୁର୍ଘଟଣା ପରେ ମୁହଁ ଖୋଲିଲେ ବାବା ସୁରଜପାଲ

ଲକ୍ଷ୍ମୌ: ହାଥରସ ସତସଙ୍ଗ ବେଳେ ଦୁର୍ଘଟଣା ସମ୍ପର୍କରେ ପ୍ରଥମ ଥର ପାଇଁ ବାବା ସୁରଜପାଲ ବା  ଭୋଲେ ବାବାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଭିଡିଓ ମାଧ୍ୟମରେ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୁଲାଇ ୨ରେ ଘଟିଥିବା ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ। ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟୀ ରଖନ୍ତୁ। କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ । ଏଭଳି ଦୁଃଖ ସମୟରେ ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ । ବାବା ଆହୁରୀ ମଧ୍ୟ କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହାତମାନଙ୍କ ସହିତ ଜୀବନ ସାରା ରଖି ତାଙ୍କୁ ସାହାର୍ଯ୍ୟ କରିବି ବୋଲି ବାବା କହିଛନ୍ତି।

ସୂଚନାଯୋଗ୍ୟ, ହାଥରସ ଦୁର୍ଘଟଣାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମାଧବକରଙ୍କୁ ୟୁପି ପୋଲିସ ଦିଲ୍ଲୀରୁ ଗିରଫ କରିଛି । ହାଥରସ ଦୁର୍ଘଟଣା ପରେ ଫେରାର ଥିଲେ ମଧୁକର । ପୋଲିସ ତାଙ୍କ ନାଁରେ ଲକ୍ଷ ଟଙ୍କା ପୁରପସ୍କାର ରାଶି ଘୋଷଣା କରିଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ମଧୁକରଙ୍କୁ କୋର୍ଟରେ ହାଜର କରାଯିବ ।