ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ପିଟିଲା ଟ୍ରକ୍, ୬ ମୃତ

1 min read

ହାଥରସ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ସାଦାବାଦରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଛି ଟ୍ରକ୍ । ଟ୍ରାକ୍ଟର ଟ୍ରଲିରେ ବସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ପୋଲିସ ଅଧୀକ୍ଷକ ଦେବେଶ କୁମାର ପାଣ୍ଡେୟ କହିଛନ୍ତି ଟ୍ରାକ୍ଟର-ଟ୍ରଲିରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଶୁକ୍ରବାର ବିଳମ୍ବିତ ରାତିରେ ଏଟାର ଜଳେସରରୁ ମଥୁରାର ଗୋବର୍ଦ୍ଧନରେ ପରିକ୍ରମା କରିବା ପାଇଁ ବାହାରିଥିଲେ ।

ସେ କହିଛନ୍ତି ଯେ ଯେବେ ଶ୍ରଦ୍ଧାଳୁ ହାଥରସର ସାଦାବାଦ ରାସ୍ତାରେ ପହଞ୍ଚିଥିଲେ, ତେବେ ସାମ୍ନାରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ତାଙ୍କ ଟ୍ରାକ୍ଟରକୁ ଜୋରରେ ଧକ୍କା ଦେଇଥିଲା । ଯାହାଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ପାଣ୍ଡେୟଙ୍କ ମୁତାବିକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା । ସେହିପରି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର-ଟ୍ରଲିରେ ୪୫ ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ତେବେ ଅଭିଯୁକ୍ତ ଟ୍ରକ୍ ଚାଳକ ଏବଂ ଦୁଇ ସହଚାଳକଙ୍କୁ ଗିରଫ କରାଯାଇ ଗାଡ଼ି ଜବତ କରାଯାଇଛି ।