ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିଲେ AAP ନେତା ସଞ୍ଜୟ ସିଂହ: ଦୁର୍ବୃତ୍ତ କଲେ କାଳି ମାଡ଼
1 min readଲକ୍ଷ୍ନୌ: ହାଥରସ ମାମଲାକୁ ନେଇ ଏବେ ତେଜୁଛି ରାଜନୀତି । ସୋମବାର ଆମ ଆଦମି ପାର୍ଟିର ସାଂସଦ ସଞ୍ଜୟ ସିଂହ ପୀଡ଼ିତାଙ୍କ ପରିବର ସହ ସାକ୍ଷାତ କରିଥିଲେ । ପରିବାର ସହ ସାକ୍ଷାତ ପରେ ସଞ୍ଜୟ କହିଛନ୍ତି ଯେ, ଘଟଣା ପରେ ପରିବାର ଲୋକ ଭୟଭୀତ ଅଛନ୍ତି । ପୁରା ଗାଁକୁ ପୋଲିସ ଛାଉଣୀ କରିଦିଆଯାଇଛି । ଏହା ସହିତ ସେ ସିବିଆଇ ଯାଞ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ତେବେ ସଞ୍ଜୟ ସିଂହ ଯେତେବେଳେ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରି ବାହାରକୁ ଆସିଲେ ସେତେବେଲେ ତାଙ୍କ ଉପରକୁ କାଳି ମାଡ଼ କରାଯାଇଥିଲା । ଏହାକୁ ନେଇ ଆମ ଆଦମି ପାର୍ଟିର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
पीड़ित परिवार को सांत्वना देने पहुंचे @AamAadmiParty सांसद @SanjayAzadSln जी पर स्याही फेंकवा कर भाजपा ने आज अपने स्याह पक्ष को उजागर कर दिया है।
संजय सिंह जी पर जो स्याही फेंकी गई है उसी स्याही से योगी के काले कारनामों का काला इतिहास लिखा जाएगा। pic.twitter.com/lLAuiCVzzf
— Aam Aadmi Party- Uttar Pradesh (@AAPUttarPradesh) October 5, 2020
ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି ଯେ, ଏଠାକୁ କାହାକୁ ଆସିବାକୁ ଅନୁମତି ଦିଆଯାଉନାହିଁ । ଯିଏ ବି ଆସୁଛି ତା ଉପରେ ଲାଠିମାଡ଼ କରାଯାଉଛି । ଏହାସହ ଯୋଗୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସଞ୍ଜୟ । ସେ କହିଛନ୍ତି ଯେ, ଯୋଗୀ ନିଜକୁ ଚୌକିଦାର ବୋଲି କହୁଥିଲେ । କିନ୍ତୁ ଏଠି ସେ ରାକ୍ଷସ ମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ।
ସେପ୍ଟେମ୍ବର ୨୨ ତାରିଖରେ ଆସିଥିବା ରିପୋର୍ଟରେ ସଫା ସଫା ଲେଖା ହୋଇଛି ଯେ, ଝିଅକୁ ଦୁଷ୍କର୍ମ କରାଯାଇଛି । ଏହା ସହିତ ଝିଅର ବୟାନକୁ ମଧ୍ୟ ତଦନ୍ତ ଅନ୍ତର୍ଭୂକ୍ତ କରାଯିବା ଉଚିତ । ମୃତ୍ୟୁ ପୂର୍ବରୁ ପୀଡ଼ିତା ଅଭିଯୁକ୍ତ ମାନଙ୍କ ନାମ କହିଥିଲେ ତେଣୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ସଞ୍ଜୟ ସିଂହ ।
ଆପ୍ ନେତା କହିଛନ୍ତି ଯେ, ସିବିଆଇ ଏହି ମାମଲା ଗ୍ରହଣ କରିନାହିଁ, ଏହା କେବଳ ଉତ୍ତରପ୍ରଦେଶ ସରକାରଙ୍କ ଏକ ବକ୍ତବ୍ୟ । ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ବିଜେପି ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି, ଏହା ହେଉଛି ବିଜେପିର ଜନ୍ମସିଦ୍ଧ କାମ । ଦଙ୍ଗାର ଆୟୋଜନ ତଥା ଜାତି ପ୍ରଚାର କରିବାରେ ବିଜେପି ଆଗୁଆ ।
ଜଣାଇ ରଖୁଛୁ ଯେ, ହାଥରସରେ ଯେବେଠୁ ରାଜନେତା ମାନଙ୍କୁ ଯିବା ପାଇଁ ଅନୁମତି ମିଳିଛି ସେବେଠୁ ବିଭିନ୍ନ ପାର୍ଟିର ପ୍ରତିନିଧି ମାନେ ସେଠାରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରୁଛନ୍ତି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିଥିଲେ ।