ହାଥରସ୍ ଲଜ୍ଜା: ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ମିଳିଲା ଅନୁମତି

1 min read

ଲକ୍ଷ୍ମୌ: ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର । ପୀଡ଼ିତଙ୍କ ପରିବାର ଲୋକଙ୍କୁ ସାକ୍ଷାତ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଲା ଅନୁମତି । ଗାନ୍ଧୀ ଭାଇ ଭଉଣୀଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ସୂଚନା ଯୋଗ୍ୟ ଯେ, ଶନିବାର ଦିଲ୍ଲୀରୁ ବହୁ ସଂଖ୍ୟାର କଂଗ୍ରେସ ସମର୍ଥକଙ୍କ ସହ ରାହୁଲ ଓ ପ୍ରିୟଙ୍କା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବା ନେଇ ବହାରିଥିଲେ । ସେମାନଙ୍କୁ ନୋଏଡା ସୀମା ନିକଟରେ ପୋଲିସ ଦ୍ୱାରା ଅଟକାଯାଇଥିଲା । ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ମୋଟ ୫ ଜଣଙ୍କୁ ଅନୁମତି ଦେଇଛନ୍ତି ୟୁପି ସରକାର ।

ସୂଚନା ଯୋଗ୍ୟ ଯେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉଭୟ ପୂର୍ବରୁ ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ହାଥରସ୍ ଯିବା ବାଟରେ ପୋଲିସ ଯମୁନା ଏକ୍ସପ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଟକାଇ ଥିଲା । ଏହି ସମୟରେ ଟଣାଓଟରା ବେଳେ ପୋଲିସର ମୁଥ ମାଡ଼ରେ ରାହୁଲ ତଳେ ପଡ଼ି ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଶନିବାର ଆଜି ପୁଣି ପୀଡ଼ିତାଙ୍କ ପରିବାରଙ୍କୁ ସାକ୍ଷାତ କରିବା ନେଇ ଅନୁମତି ଦେବା ପରେ ହାଥ୍‌ରସ୍ ଅଭିମୁଖେ ରାହୁଲ ଓ ପ୍ରିୟଙ୍କା ବାହାରିଛନ୍ତି । କିନ୍ତୁ ଅନ୍ୟ କର୍ମୀମାନେ ମଧ୍ୟ ଯିବା ପାଇଁ ଜିଦରେ ଅଟଳ ରହିଛି । ଫଳରେ ଦିଲ୍ଲୀ ଓ ଉତ୍ତରପ୍ରଦେଶକୁ ଯୋଡ଼ୁଥିବା ଡିଏନଡି ରୋଡରେ ଅସମ୍ଭବ ଭିଡ଼ ଲାଗି ରହିଛି । ଏଣୁ ସାଧାରଣ ଲୋକେ ନହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 

 

ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ

Leave a Reply