ନିଜ ଝିଅର ଶବ ସତ୍କାର କ’ଣ ଏପରି କରିଥାଅନ୍ତ କି ବୋଲି ହାଇକୋର୍ଟଙ୍କ ଏଡିଜିଙ୍କୁ ପ୍ରଶ୍ନ, ଶବ ପୋଡିବା କଥା କୋର୍ଟରେ ମାନିଲେ ଜିଲାପାଳ

ଲକ୍ଷ୍ମୌ :  ‘ତୁମେ କ’ଣ ତୁମ ଝିଅ ଶବର ଏପରି ସତ୍କାର କରି ଥାଆନ୍ତ’   । ‘କେଉଁ ପରିସ୍ଥିତିରେ ଦୁଷ୍କର୍ମ ପୀଡିତାର ଶବକୁ ତରବରିଆ ଭାବେ ଜାଳି ଦିଆଗଲା । ଏପରି ତରବରିଆ ପଦକ୍ଷେପ ପଛର କାରଣ କ’ଣ ।  ଏପରି କିଛି ଉଦ୍‌ବେଗଭରା ପ୍ରଶ୍ନ ପଚାରିଛନ୍ତି  ଉତ୍ତର ପ୍ରଦେଶ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ । ଆଶ୍ଚର୍ଯ୍ୟର କଥା ବିଚାରପତିମାନଙ୍କ ଏପରି ସମ୍ବେଦନଶୀଳ ପ୍ରସଙ୍ଗର କୌଣସି ଉତ୍ତର ୟୁପି ଏଡିଜିଙ୍କ ପାଖରେ ନ ଥିଲା । କୋର୍ଟ ପରିସରରେ ପରିସ୍ଥିତି ଏପରି ହେଲା ଯେ, ନିଜ ପକ୍ଷ ରଖିବା ପାଇଁ ୟୁପି ପୋଲିସକୁ ଅଧିକ ସମୟ ମାଗିବାକୁ ପଡ଼ିଲା ।

Hathras Gang Rape Victim's Father Unhappy With Probe, Demands CBI Investigation

ସୋମବାର ହାଇକୋର୍ଟ ବେଞ୍ଚ ୟୁପି ଏଡିଜି(ଆଇନ ଓ ଶୃଙ୍ଖଳା)  ପ୍ରଶାନ୍ତ କୁମାର କେତେକ କଡ଼ା ପ୍ରଶ୍ନ ପଚାରିଥିଲେ । ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ରଞ୍ଜନ ରାୟଙ୍କ ଦ୍ୱାରା ଏହି ମାମଲାର ଶୁଣାଣି କରାଯାଇଥିଲା । କେବଳ ସେତିକି ନୁହେଁ, କୋର୍ଟ ପୁନର୍ବାର ପୋଲିସ ଏଡିଜିଙ୍କୁ ପଚାରିଥିଲେ ‘ଯଦି କୌଣସି ଧନୀ ଘରର ଝିଅଟିଏ ହୋଇ ଥାଆନ୍ତା, ତା’ ସହ କ’ଣ ଏପରି ବ୍ୟବହାର ପୋଲିସ କରିଥାଆନ୍ତା କି ବୋଲି ପ୍ରଶ୍ନ କରିଥିଲେ ।

ସେହିପରି ହାଥରସ୍ ଜିଲାପାଳ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଦୁଷ୍କର୍ମ ପୀଡ଼ିତା ଦଳିତ ଝିଅଟିର ଶବକୁ ସତ୍କାର କରାଯାଇଥିବା ସେ ସ୍ୱୀକାର କରିଥିଲେ । ଏହା ଶୁଣିବା ପରେ ସମସ୍ତେ ହତବାକ୍ ହୋଇ ଯାଇଥିଲେ । ସେହି ସମୟର ଆଇନଶୃଙ୍ଖଳା ପରିସ୍ଥିତିକୁ  ନିୟନ୍ତ୍ରଣାଧୀନ କରିବା ପାଇଁ ଏପରି କରାଯାଇଥିବା ଜିଲାପାଳ ସଫେଇ ରଖିଛନ୍ତି ।

ଏହି ମାମଲାରେ କୋର୍ଟ କେବଳ ଆଇନ ଶୃଙ୍ଖଳା ଏଡିଜିଙ୍କୁ ନୁହେଁ, ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ହାଥରସ୍ ଜିଲ୍ଲା ଏସପି ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ସମନ୍ କରିଥିଲେ । ଏଥିସହ ପୀଡିତାଙ୍କ ପରିବାରର ବୟାନକୁ ମଧ୍ୟ ରେକର୍ଡ କରାଯାଇଛି । ସେମାନେ ଦାବି କରିଥିବା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave a Reply