ବିଶ୍ୱ କ୍ରିକେଟରେ ଭାରତୀୟଙ୍କ କମାଲ୍‌, ଗୋଟିଏ ବର୍ଷରେ ତିନୋଟି ଫର୍ମାଟ୍‌ରେ ତିନୋଟି ହ୍ୟାଟ୍ରିକ୍

1 min read

ଭୁବନେଶ୍ୱର:(ପ୍ରିୟ ପ୍ରୀତମ ମହାନ୍ତି) ବାଂଲାଦେଶ ବିପକ୍ଷ ଟି-୨୦ ସିରଜ ବିଜୟ ସହ ଅନେକ ରେକର୍ଡର ଅଧିକାରୀ ହୋଇଛି ଟିମ୍ ଇଣ୍ଡିଆ । ଟି-୨୦ରେ ୭ ରନ୍‌ରେ ୬ଟି ଓ୍ବିକେଟ ନେଇ ବିଶ୍ବର ସର୍ବଶ୍ରେଷ୍ଠ ବୋଲିଂ ଫିଗର ପାଇଛନ୍ତି ଭାରତୀୟ ପେସ୍ ବୋଲର ଦୀପକ ଚହର । ଏପରିକି ପ୍ରଥମ ଭାରତୀୟ ଭାବେ ଟି-୨୦ରେ ହ୍ୟାଟ୍ରିକ ଓ୍ବିକେଟ ବି ଯାଇଛି ଦୀପକଙ୍କ ଖାତାକୁ । ଦୀପକଙ୍କ ଏହି ହ୍ୟାଟ୍ରିକ ପାଇଁ ଭାରତ ରେକର୍ଡ ବୁକରେ ସ୍ଥାନ ପାଇଛି । ସମାନ ବର୍ଷରେ କ୍ରିକେଟର ତିନୋଟି ଫର୍ମାଟ- ଟେଷ୍ଟ, ଏକଦିବସୀୟ ଓ ଟି-୨୦ରେ ହ୍ୟାଟ୍ରିକ ଓ୍ବିକେଟ ପାଇବାରେ ଭାରତ ହୋଇଛି ପ୍ରଥମ ଦେଶ । ପୂର୍ବରୁ କୌଣସି ଦେଶ ଏହି କୀର୍ତ୍ତିମାନ ହାସଲ କରି ନଥିଲେ ।

୨୨ଜୁନ୍ ୨୦୧୯: ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ବ କପର ଏକଦିବସୀୟ ଲିଗ୍ ମ୍ୟାଚରେ ଆଫଗାନିସ୍ଥାନ ବିପକ୍ଷରେ ହ୍ୟାଟ୍ରିକ ଓ୍ବିକେଟ ପାଇଥିଲେ ଭାରତୀୟ ପେସ୍ ବୋଲର ମହମ୍ମଦ ସାମି । ଏହି କ୍ରମରେ ସେ ଦ୍ବିତୀୟ ଭାରତୀୟ ଭାବେ ବିଶ୍ବ କପରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିଲେ । ୧୯୮୭ ବିଶ୍ବ କପରେ ଭାରତୀୟ ପେସ୍ ବୋଲର ଚେତନ ଶର୍ମା ବିଶ୍ବର ପ୍ରଥମ ବୋଲର ଭାବେ ଏହି ରେକର୍ଡ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୨ ଜଣ ବୋଲର ବିଶ୍ବ କପରେ ହ୍ୟାଟ୍ରିକ ଓ୍ବିକେଟ ନେଇଛନ୍ତି ।

୩୧ ଅଗଷ୍ଟ ୨୦୧୯: ଜାମାଇକା ଟେଷ୍ଟର ଦ୍ବିତୀୟ ଦିନରେ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିଲେ ଭାରତର ୟର୍କର କିଙ୍ଗ ଜସପ୍ରିତ ବୁମରା । ହରଭଜନ ସିଂ ଓ ଇର୍ଫାନ ପଠାନଙ୍କ ପରେ ତୃତୀୟ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ଓ୍ବିକେଟ ନେଇଛନ୍ତି ଜସପ୍ରିତ୍ ବୁମରା ।

୧୦ ନଭେମ୍ବର ୨୦୧୯: ନାଗପୁରରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ତୃତୀୟ ଟ-୨୦ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭାରତୀୟ ପେସ୍ ବୋଲର ଦୀପକ ଚହର ହ୍ୟାଟ୍ରିକ ଓ୍ବିକେଟ ନେଇ ମ୍ୟାଚ ଓ୍ବିନର ସାବ୍ୟସ୍ତ ହୋଇଥିଲେ ।

ରେକର୍ଡ ଏହିଠାରେ ସରିନି । କେବଳ ପେସ୍ ବୋଲର ଭାବେ ଗୋଟାଏ ଦେଶ ପାଇଁ ସମାନ ବର୍ଷରେ ହ୍ୟାଟ୍ରିକ ଓ୍ବିକେଟ ପାଇବାର ଆଉ ଏକ ରେକର୍ଡ ବି ଯାଇଛି ଭାରତ ଖାତାକୁ । ଦିନ ଥିଲା ଭାରତୀୟ ପେସ୍ ବୋଲିଂକୁ ଦୁର୍ବଳ କୁହାଯାଉଥିଲା । ହେଲେ ସମୟ ବଦଳିଛି । ଧୀରେ ଧୀରେ ଭାରତୀୟ ପେସ୍ ବୋଲର ବିଶ୍ବ କ୍ରିକେଟରେ ଆଗ ଧାଡିରେ ରହୁଛନ୍ତି ।

 

 

 

  ')}

Leave a Reply