ଉତ୍ତର ପ୍ରଦେଶ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୀଡିତାଙ୍କ ଭାଇ, ବଡବାପାଙ୍କୁ ମାଡ ମାରିଥିଲେ କଲେକ୍ଟର !
1 min readନୂଆଦିଲ୍ଲୀ :‘ତାଉଜୀ(ବଡ଼ବାପା) ଙ୍କୁ କଲେକ୍ଟର ଛାତିରେ ଆଘାତ କରିଛନ୍ତି । ସେ ଭଲରେ କଥାବାର୍ତ୍ତା କରିପାରୁନାହାନ୍ତି । ଆହାତ ହୋଇ ଘରେ ପଡ଼ି ରହିଛନ୍ତି । ଆମ ଉପରେ ନଜର ରଖାଯାଉଛି । ଘର ଭିତରେ ପୋଲିସ, ଘର ବାହାରେ ପୋଲିସ । ପରିସ୍ଥିତି ଏପରି ହୋଇଛି ଯେ, ଆମ ଘରର ମହିଳାମାନେ ଗାଧୁଆ ଘରକୁ ସ୍ୱଚ୍ଛନ୍ଦରେ ଯାଇପାରୁନାହାନ୍ତି । ଆମକୁ ଆମ ପକ୍ଷ ରଖିବାକୁ ଦିଆଯାଉନି । ଆମ କଥା କେହି ଶୁଣୁ ନାହାନ୍ତି’ ଡରି ଡରି ଏହିକଥା ଫୋନ ମାଧ୍ୟମରେ ଏକ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥାଆନ୍ତି ହାଥରସ ପୀଡ଼ିତାଙ୍କ ଭାଇ ।
କେବଳ ସେତକ ନୁହେଁ, ଏହି ଘଟଣାକୁ ନେଇ ୟୁପି ସହ ସାରା ଦେଶରେ ପ୍ରତିବାଦ ସୃଷ୍ଟି ହୋଇଛି । ଦୁଷ୍କର୍ମର ଶୀକାର ହୋଇ ମରିବା ପରେ ଏହି ଘଟଣାକୁ ଗଣମାଧ୍ୟମ ଗୁରୁତ୍ୱ ଦେବାରେ ଲାଗିଛି । ତେଣୁ କୌଣସିମତେ ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ୟୁପି ପ୍ରଶାସନ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।
ଏପରିକି ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ମାମଲା ଲଢିବା ପାଇଁ ଆଇନଜୀବୀଙ୍କର ସହାୟତା ନେବା କଥା ।ମାତ୍ର ସେତକ ବି ସେମାନଙ୍କ ଭାଗ୍ୟରେ ଜୁଟୁନାହିଁ । ସେହିପରି ଆବାହାନ କାରଣରୁ ସେହି ଗାଁ ଏବଂ ଆଖପାଖ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରି ଆସିଥିବା ଠାକୁର ସମ୍ପ୍ରଦାୟର ଲୋକ(ବିଶେଷ ଭାବେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ) ତାଙ୍କ ଉପରେ ପାଲଟା ପ୍ରତିଶୋଧ ପରାଣୟ ହୋଇପାରିନ୍ତି ବୋଲି ଆଶଙ୍କା କରାଯାଉଛି ।
ଆଘାତ ପାଇଥିବା ଦୁଷ୍କର୍ମ ପୀଡିତାଙ୍କ ତାଉ(ବଡ଼ବାପା)ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଛି । ହେଲେ ଡରରେ ତାଙ୍କୁ ଘରେ ଜବରଦସ୍ତ ରଖାଯାଇଥିବା ପୀଡ଼ିତାର ଭାଇ ଅଭିଯୋଗ କରିଛନ୍ତି । ଦୁଷ୍କର୍ମର ଶୀକାର ହୋଇଥିବା ପରିବାର ଲୋକଙ୍କ କହିବାନୁଯାୟୀ, ଗାଁ ବାହାରକୁ କାହାକୁ ଯିବାକୁ ଦିଆଯାଇନାହିଁ । ଏପରିକି ଗାଁ ବାହାରରୁ ମଧ୍ୟ କାହାରିକୁ ଆସିବାକୁ ଦିଆଯାଇନାହିଁ । ଗାଁ ଚାରିପଟେ ବ୍ୟାରିକେଡ୍ କରିଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ପୀଡ଼ିତାଙ୍କ ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ଆମ ପରିବାରକୁ ଭିନ୍ନ ଢଙ୍ଗରେ ନିରୀକ୍ଷଣ କରାଯିବା ସହ ନଜର ରଖାଯାଉଛି । ଯାହା ଆମକୁ ଅସହଜ କରି ଦେଉଛି । କ’ଣ ପାଇଁ ଏପରି ସବୁ ହେଉଛି, ଜମାରୁ ବୁଝି ହେଉନାହିଁ । ବାହାର ଲୋକଙ୍କ ଯିବା ଆସିବା ଏକ ପ୍ରକାର ବନ୍ଦ ଥିବା ବେଳେ କେତେକ ଲୋକ ଆସି , ନିଜକୁ ଆମ ସମାଜର ବୋଲି କହି ରଫାଦଫା କରିବାକୁ ଚେଷ୍ଟା କରୁଥିବା ଭାଉଜ ଅଭିଯୋଗ କରିଛନ୍ତି । ଏପରିକି ପୀଡ଼ିତାଙ୍କ ଛାତ ଉପରେ ପୋଲିସ ରହି ଚାରିଆଡ଼କୁ ନଜର ରଖୁଛି ।
ଅକ୍ଟୋବର ପହିଲାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ହାସରଥ ଯିବା ପୂର୍ବରୁ ଅଟକାଗଲା । ସମାଜବାଦୀ ପାର୍ଟି, ଭୀମ ଆର୍ମି କର୍ମୀମାନଙ୍କୁ ଗିରଫ କରାଗଲା । ଗାନ୍ଧି ଜୟନ୍ତୀରେ ସମାନ ବ୍ୟବହାର ତୃଣମୂଳ କଂଗ୍ରେସ ନେତାମାନଙ୍କ ସହ ସମାନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ପୋଲିସ ଲାଠିଚାର୍ଜ ମୁର୍ଦ୍ଦାରେ ରହିବା ସହ ବିପକ୍ଷର ନେତାମାନଙ୍କୁ ଠେଲାପେଲା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ସେହିପରି ପରିବାର ବିନା ଅନୁମତିରେ ଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପୋଲିସ ଜବରଦସ୍ତ ଦାହ କରିବା ଘଟଣାକୁ ଏନସିପି ନେତା ଶରଦ ପାଓ୍ବାର ନିନ୍ଦା କରିଛନ୍ତି । ଶରଦ କହିଛନ୍ତି ଯେ, ୟୁପି ସରକାର ନାଗରିକମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଛି ।
NCP chief Sharad Pawar says not handing over the body of Hathras victim to her family shows that the UP government does not believe in the law of the land or fundamental rights.#NandighoshaTV https://t.co/tmdpHfqy6r
— NandighoshaTV (@NandighoshaTV) October 2, 2020