ନେପାଳ ଖସିଯାଇଛି ଅମୃତପାଲ ସିଂହ, ଲଖିମପୁର ଖେରୀ ରାସ୍ତା ଦେଇ ଫେରାର ସୂଚନା
1 min read
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଛି ଖଲିସ୍ତାନୀ ଅମୃତପାଲ ସିଂହ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ଏବେ ନେପାଳରେ ଅମୃତପାଲ ସିଂହକୁ ଖୋଜୁଛି ପୋଲିସ । ୨୦ ମାର୍ଚ୍ଚରେ ଅମୃତପାଲ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେଉଛି । ଏହାପରେ ସେ କୁଆଡେ ଗଲା ତା’ର ଅନୁସନ୍ଧାନ କରାଯାଉଛି ।
ସେପଟେ ପୂର୍ବରୁ ଗିରଫ ହୋଇଥିବା ଅମୃତପାଲର ଦୁଇ ସହଯୋଗୀଙ୍କ ମେଡିକାଲ ଟେଷ୍ଟ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କଠୁ ଅମୃତପାଲର ପ୍ଲାନ ବିଷୟରେ ଜାଣିବା ପାଇଁ ପ୍ରୟାସ କରାଯାଉଛି । ମେଡିକାଲ ଟେଷ୍ଟରୁ ଗିରଫ ଦୁଇ ସହଯୋଗୀ HIV ପଜିଟିଭ ଥିବା ଜଣାପଡ଼ିଛି । ତେବେ ନେପାଳରେ ପୋଲିସ ପକ୍ଷରୁ ତନାଘନା ଜାରି କରାଯାଇଛି । ବାରମ୍ବାର ବେଶ ବଦଳାଉଥିବାରୁ ଅମୃତପାଲକୁ ଚିହ୍ନିବା କଷ୍ଟ ହେଉଛି ବୋଲି ପୋଲିସ କହିଛି ।