ଶ୍ରୀଲଙ୍କା ଛାଡ଼ି ଭାରତ ପଳାଇଛନ୍ତି ରାଜପକ୍ଷେ ପରିବାର ? ଜାଣନ୍ତୁ ସତ

1 min read

କଲମ୍ବୋ: ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଛି ରାଜପକ୍ଷେ ପରିବାରଙ୍କ ପଳାୟନର ସତ । ସୋସିଆଲ ମିଡ଼ିଆରେ ରାଜପକ୍ଷେଙ୍କ ପରିବାର ଭାରତ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଏବଂ ଏହାକୁ ନେଇ ସତ ସାମ୍ନାକୁ ଆସିଛି । ରାଜପକ୍ଷେ ପରିବାରର ଭାରତକୁ ପଳାୟନ କରୁଥିବା ରିପୋର୍ଟକୁ ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମିଛ କହିଛି । ରାଜପକ୍ଷେଙ୍କ ପରିବାରର ଭାରତକୁ ପଳାଇବାର ଖବର ସମ୍ପୂର୍ଣ୍ଣ ଭୁଲ ଏବଂ ଏହି ଖବର କୌଣସି ସତ୍ୟତା ନାହିଁ  । ଭାରତୀୟ ଉଚ୍ଚ ଆୟୋଗ ଏଭଳି ବିଭ୍ରାନ୍ତିକର ଖବରକୁ ଅସ୍ୱୀକାର କରିଛି ।

ରାଜପକ୍ଷେ ପରିବାରର ଭାରତକୁ ପଳାଇବାର ଖବର ଭୁଲ

ଭାରତର ହାଇ କମିଶନ ବା ଉଚ୍ଚ ଆୟୋଗ ନିଜ ଟ୍ୱିଟରେ କହିଛନ୍ତି ଯେ, ସୋସିଆଲ ମିଡିଆ ତଥା ଗଣମାଧ୍ୟମରେ କିଛି ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଭାରତ ପଳାଉଥିବା ଗୁଜବ ଉଠିଛି । ଏଗୁଡ଼ିକ ଭୁଲ୍ ଓ ସଂପୂର୍ଣ୍ଣ ମିଥ୍ୟା ରିପୋର୍ଟ, ଯେଉଁଥିରେ କୌଣସି ସତ୍ୟତା ନାହିଁ । ହାଇ କମିଶନ ଏହି ଗୁଜବକୁ ଦୃଢ ଅସ୍ୱୀକାର କରିଛି ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜାପକ୍ଷେ

ସୂଚନା ଅନୁସାରେ, ଶ୍ରୀଲଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସୋମବାର ଦିନ ରାଷ୍ଟ୍ରପତି ତଥା ତାଙ୍କ ସାନଭାଇ ଗୋଟାବାୟା ରାଜପକ୍ଷେଙ୍କୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ରାଜପକ୍ଷେଙ୍କ ସମର୍ଥକମାନେ ସରକାର ବିରୋଧୀ ପ୍ରଦର୍ଶନ କରିଥିଲେ । ଯେଉଁ କାରଣରୁ ଦେଶରେ ହିଂସା ଦେଖାଦେଇଥିଲା ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦେଶବ୍ୟାପୀ ହିଂସାରେ ରାଜଧାନୀ କଲମ୍ବୋ ସମେତ ଅନ୍ୟ ସହରରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।