ଶ୍ରୀଲଙ୍କା ଛାଡ଼ି ଭାରତ ପଳାଇଛନ୍ତି ରାଜପକ୍ଷେ ପରିବାର ? ଜାଣନ୍ତୁ ସତ
1 min readକଲମ୍ବୋ: ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଛି ରାଜପକ୍ଷେ ପରିବାରଙ୍କ ପଳାୟନର ସତ । ସୋସିଆଲ ମିଡ଼ିଆରେ ରାଜପକ୍ଷେଙ୍କ ପରିବାର ଭାରତ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଏବଂ ଏହାକୁ ନେଇ ସତ ସାମ୍ନାକୁ ଆସିଛି । ରାଜପକ୍ଷେ ପରିବାରର ଭାରତକୁ ପଳାୟନ କରୁଥିବା ରିପୋର୍ଟକୁ ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମିଛ କହିଛି । ରାଜପକ୍ଷେଙ୍କ ପରିବାରର ଭାରତକୁ ପଳାଇବାର ଖବର ସମ୍ପୂର୍ଣ୍ଣ ଭୁଲ ଏବଂ ଏହି ଖବର କୌଣସି ସତ୍ୟତା ନାହିଁ । ଭାରତୀୟ ଉଚ୍ଚ ଆୟୋଗ ଏଭଳି ବିଭ୍ରାନ୍ତିକର ଖବରକୁ ଅସ୍ୱୀକାର କରିଛି ।
High Commission has recently noticed rumours circulating in sections of media & social media that certain political persons and their families have fled to India.
These are fake and blatantly false reports,devoid of any truth or substance.High Commission strongly denies them.— India in Sri Lanka (@IndiainSL) May 10, 2022
ରାଜପକ୍ଷେ ପରିବାରର ଭାରତକୁ ପଳାଇବାର ଖବର ଭୁଲ
ଭାରତର ହାଇ କମିଶନ ବା ଉଚ୍ଚ ଆୟୋଗ ନିଜ ଟ୍ୱିଟରେ କହିଛନ୍ତି ଯେ, ସୋସିଆଲ ମିଡିଆ ତଥା ଗଣମାଧ୍ୟମରେ କିଛି ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଭାରତ ପଳାଉଥିବା ଗୁଜବ ଉଠିଛି । ଏଗୁଡ଼ିକ ଭୁଲ୍ ଓ ସଂପୂର୍ଣ୍ଣ ମିଥ୍ୟା ରିପୋର୍ଟ, ଯେଉଁଥିରେ କୌଣସି ସତ୍ୟତା ନାହିଁ । ହାଇ କମିଶନ ଏହି ଗୁଜବକୁ ଦୃଢ ଅସ୍ୱୀକାର କରିଛି ।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜାପକ୍ଷେ
ସୂଚନା ଅନୁସାରେ, ଶ୍ରୀଲଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସୋମବାର ଦିନ ରାଷ୍ଟ୍ରପତି ତଥା ତାଙ୍କ ସାନଭାଇ ଗୋଟାବାୟା ରାଜପକ୍ଷେଙ୍କୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ରାଜପକ୍ଷେଙ୍କ ସମର୍ଥକମାନେ ସରକାର ବିରୋଧୀ ପ୍ରଦର୍ଶନ କରିଥିଲେ । ଯେଉଁ କାରଣରୁ ଦେଶରେ ହିଂସା ଦେଖାଦେଇଥିଲା ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦେଶବ୍ୟାପୀ ହିଂସାରେ ରାଜଧାନୀ କଲମ୍ବୋ ସମେତ ଅନ୍ୟ ସହରରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।