ଓଡିଆ ଝିଅ, ହରିୟାଣା ବୋହୂ: ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କ ହାତ ଧରିଲେ ହରିଆଣା ଯୁବକ

ବରଗଡ଼: ବରଗଡରେ ଅନାଥ ଯୁବତୀଙ୍କୁ ମିଳିଲା ଆଶ୍ରା । ଦିବ୍ୟାଙ୍ଗ ଓ ଅସହାୟ ଯ଼ୁବତୀଙ୍କ ହାତ ଧରିଲେ ହରିଆଣା ଯ଼ୁବକ। ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାତ ଜନ୍ମର ସାଥୀ ହେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବରଗଡ଼ରୁ ଆସିଛି ଏଭଳି ଏକ ଭଲ ଖବର ।

ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନ ସାଥୀ ରୂପେ ବାଛିନେଇଛନ୍ତି ହରିଆଣାର ଜଣେ ଯୁବକ । ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ । ନା ବାଜିଛି ବାଜା, ନା ଫୁଟିଥିଲା ବାଣ । କିନ୍ତୁ ମନ୍ତ୍ରପାଠ ପରେ  ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ସାତ ଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବରଗଡ଼ରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସ୍ଥାନୀୟ ଅନାଥ ଆଶ୍ରମର ଜଣେ ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନ ସାଥୀ ରୂପେ ବାଛିନେଇଛନ୍ତି ହରିଆଣାର ଜଣେ ଯୁବକ ।

ବରଗଡ଼ ଶିଶୁ କଲ୍ୟାଣ ସମିତି ଓ ସମାଜସେବୀଙ୍କ ସହାୟତାରେ ବିବାହ ସଂପନ୍ନ ହୋଇଛି । ଅନାଥ, ଅସହାୟ ଓ ଦିବ୍ୟାଙ୍ଗ ଯୁବତୀଙ୍କୁ ଜୀବନ ସାଥୀ ଭାବେ ବାଛି ନେଇଥିବା ଧନବୀରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । କନ୍ୟା ସସ୍ମିତାଙ୍କ ସୁନ୍ଦର ଜୀବନର କାମନା କରିଛନ୍ତି ସମସ୍ତେ ।

Leave a Reply