Covid-19: ହରିୟାଣା ଓ ଆସାମରେ ସର୍ବାଧିକ ଟିକା ଅପଚୟ

ନୂଆଦିଲ୍ଲୀ: ଟିକା ଅପଚୟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷରେ ରହିଛି ହରିୟାଣା, ଆସାମ ଏବଂ ରାଜସ୍ଥାନ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । କେନ୍ଦ୍ର ମନ୍ତ୍ରାଳୟର ସୂଚନା ମୁତାବକ ହରିୟାଣାରେ ୬.୪୯ ପ୍ରତିଶତ, ଆସାମରେ ୫.୯୨ ପ୍ରତିଶତ, ରାଜସ୍ଥାନରେ ୫.୬୮ ପ୍ରତିଶତ କରୋନା ଟିକା ନଷ୍ଟ ହୋଇଛି । ତା’ ପଛକୁ ମେଘାଳୟରେ ୫.୬୭ ପ୍ରତିଶତ ଓ ବିହାରରେ ୫.୨୦ ପ୍ରତିଶତ ଏବଂ ମଣିପୁରରେ ୫.୧୯ ପ୍ରତିଶତ ଏବଂ ପଞ୍ଜାବରେ ୪.୯୪ ପ୍ରତିଶତ ଦାଦ୍ରା ନଗର ହେବାଳୀରେ ୪.୫ ପ୍ରତିଶତ ଏବଂ ତାମିଲନାଡ଼ୁରେ ୪.୧୩ ପ୍ରତିଶତ, ୩.୩୬ ପ୍ରତିଶତ ଟିକା ନାଗାଲାଣ୍ଡ ଅପଚୟ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆଜି ସକାଳ ସୁଦ୍ଧା ଉପଲବ୍ଧ ଡାଟା ଅନୁଯାୟୀ ପାଖାପାଖି ୧୮ କୋଟି ଡୋଜ୍ (୧୭,୯୩,୫୭,୮୬୦) କୋଭିଡ ଟିକାର ଅପଚୟ ଘଟିଛି । ଏଥିସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦଶ ପ୍ରଶାସନ ନିକଟରେ ମୋଟ ୯୦ ଲକ୍ଷ କରୋନା ଟିକାର ଡୋଜ ଉପଲବ୍ଧ ରହିଛି । ତେବେ ଆଗାମୀ ୩ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କରୋନା ଟିକାର ଡୋଜ୍ ପାଇବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ମହାରାଷ୍ଟ୍ର ସର୍ବାଧିକ ୧,୮୨,୫୨,୪୫୦ ଡୋଜ୍ ପାଇଥିବା ବେଳେ ତା’ ପଛକୁ ଉତ୍ତରପ୍ରଦେଶ ୧,୫୧,୩୧,୨୭୦ ଡୋଜ, ଗୁଜୁରାଟ ୧,୪୮,୭୦,୪୯୦ ରାଜସ୍ଥାନ୧,୪୭,୩୭,୩୬୦ ପଶ୍ଚିମବଙ୍ଗ ୧,୨୦,୮୩, ୩୪୦ କେରଳ ୭୮, ୯୭,୭୯୦ ଏବଂ ତାମିଲନାଡ଼ୁ ୭୬,୪୩,୦୧୦ ଡୋଜ୍ କରୋନା ଟିକା ପାଇଛି । ତେବେ ନଷ୍ଟ ହୋଇଥିବା ଟିକାକୁ ବଦା ଦେଲେ ମହରାଷ୍ଟ୍ର ସର୍ବାଧିକ ୧,୭୫,୩୩,୮୮୯ ଡୋଜ ଟିକା ବ୍ୟବହାର ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୧,୩୮,୬୦,୩୯୦ ଡୋଜ୍ ବ୍ୟବହାର ହୋଇଛି ।