spot_img

Latest Posts

ଏଠାରରେ କୃଷକମାନେ ବ୍ୟବହାର କରନ୍ତି ବୁଲେଟ ପ୍ରୁଫ ଟ୍ରାକ୍ଟର, କାହିଁକି ଜାଣନ୍ତୁ…

ଜମିରେ ଚାଷ କରିବା ପାଇଁ ଆମେ ସାଧାରଣରେ ଟ୍ରାକ୍ଟର ବ୍ୟବହାର କରୁ। କିମ୍ବାର କେହି କେହି ବଳଦ ସାହାଯ୍ୟରେ ଦେଶି ପ୍ରଣାଳିରେ ଲଙ୍ଗଳ ଲଗାଇ ହଳ ମଧ୍ୟ କରିଥାନ୍ତି। କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠି ବୁଲେଟ ପ୍ରୁଫ ଟ୍ରାକ୍ଟରେ ଚାଷ କରିବାକୁ ପଡ଼ିଥାଏ। ସାଧାରଣ ଟ୍ରାକ୍ଟରକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରିଥାନ୍ତି ବୁଲେଟ ପ୍ରୁଫ। ତେବେ କଣ ପାଇଁ ଏଠାକାର କୃଷକ ମାନେ ଏମିତି ବୁଲେଟ ପ୍ରୁଫ ଟ୍ରାକ୍ଟରରେ ଚାଷ କରିଥାନ୍ତି ଆସନ୍ତୁ ଜାଣିବା।

ଯମୁନା ନଦୀ ନିକଟସ୍ଥ ହରିୟାଣା ଏବଂ ୟୁପି ଗାଁରେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜମି ବିବାଦ ଲାଗି ରହିଛି। ସୋନିପତର ଜାଜଲ, ଖୁର୍ମପୁର , ନିୱାଡା, ବାହଲୋଲପୁରର ଚାଷୀମାନେ ଜମି ବିବାଦକୁ ନେଇ ମୁହାଁମୁହିଁ  ହେଉଛନ୍ତି। ପ୍ରତିବର୍ଷ ଏହି ଚାରିଟି ଗାଁରେ ପ୍ରାୟ ୪୫୦ ଏକର ଜମି ପାଇଁ ପ୍ରତି ବର୍ଷ ରକ୍ତର ନଦୀ ବହୁଛି। ସୀମା ବିବାଦରେ ଛନ୍ଦି ହୋଇଥିବା ଖୁର୍ମପୁର ଗାଁର କୃଷକମାନେ ଚାଷ ସମୟରେ ସେମାନଙ୍କ ସୁରକ୍ଷା ପାଇଁ ଏକ ନୂତନ ପଦ୍ଧତି ଆପଣାଇଛନ୍ତି। ଏଠାରେ ଥିବା କୃଷକମାନେ ଗୁଳି ଏବଂ ଅସ୍ତ୍ରଶସ୍ତ୍ରକୁ ଏଡ଼ାଇବା ପାଇଁ ସେମାନଙ୍କ ଟ୍ରାକ୍ଟରକୁ ବୁଲେଟ୍ ପ୍ରୁଫ୍ କରିଛନ୍ତି। ଏବଂ ପ୍ରମାଣ ସଂଗ୍ରହ ପାଇଁ ସେମାନଙ୍କ ଟ୍ରାକ୍ଟରେ ଉପରେ ଲାଗିଛି ସିସିଟିଭି କ୍ୟାମେରା।

ହରିୟାଣା-ୟୁପି ସୀମାନ୍ତ ଗାଁର ଚାଷୀମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ମାଲିକାନାକୁ ନେଇ ବିବାଦ ଲାଗି ରହିଛି। ବିହନ ବୁଣିବା ଏବଂ ଅମଳ ସମୟରେ ଉଭୟ ପାର୍ଶ୍ୱରେ ଥିବା କୃଷକମାନେ ଜମି ଉପରେ ସେମାନଙ୍କର ଅଧିକାର ଜାହିର କରନ୍ତି ଏବଂ ପ୍ରତିବର୍ଷ ସେମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥାଏ।

୧୯୭୪ ମସିହାରେ କେନ୍ଦ୍ର ସରକାର ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଉମା ଶଙ୍କର ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସେତେବେଳେ ନିଷ୍ପତ୍ତି ନିଆଗଲା ଯେ ୟୁପି ଚାଷୀଙ୍କ ଯେଉଁ ଜମି ହରିୟାଣାରେ ରହିଛି, ସେଥିରେ ହରିୟାଣାର କୃଷକମାନଙ୍କର ଦଖଲ ରହିବ । ଏବଂ ହରିୟାଣାର କୃଷକଙ୍କ ଯେଉଁ ଜମି ୟୁପି ରହିଛି ତାହା ଉପରେ ୟୁପି ଚାଷୀଙ୍କ ଦଖଲରେ ରହିବ। ଏହା ପରେ ଜମିକୁ ଭାଗ କରି ଲୁହାର ଖମ୍ବ ଲଗାଇଦିଆ ଗଲା। କିନ୍ତୁ ମୂଳ ଅସୁବିଧାର କାରଣ ହୋଇ ଛିଡ଼ା ହେଲା ଯମୁନା ନଦୀ। ଯମୁନାର ଧାର ବାରମ୍ବାର ବଦଳିବା କାରଣରୁ ଜମି ଦଖଲ ହୋଇପାରିଲା ନାହିଁ ଏବଂ ବିବାଦ ବୃଦ୍ଧି ପାଇବାରେ ଲାଗିଲା।

ଏହି ଜମି ବିବାଦରେ ହରିୟାଣାର ସୋନିପତ ଜିଲ୍ଲାର ଖୁର୍ମପୁର ଗାଁର ପ୍ରାୟ ୮୦ ଜଣ ଚାଷୀ ଫସି ରହିଛନ୍ତି। ଯମୁନା ନଦୀ ପାଖରେ ଥିବା ଏହି ଗାଁର ଶହ ଶହ ଏକର ଜମି ରହିଛି। ଯେତେବେଳେ କୃଷକମାନେ ସେଠାକୁ ଚାଷ କରିବାକୁ ଯାଆନ୍ତି ସେତେବେଳେ ସଂଘର୍ଷ ଆରମ୍ଭ ହୁଏ। ଅପରପାର୍ଶ୍ୱ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରନ୍ତି। ଏଭଳି ଆକ୍ରମଣରେ ଅନେକଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଅଧିକ ଚାଷୀ ଆହତ ହୋଇଛନ୍ତି। ତେଣୁ ବର୍ତ୍ତମାନ କୃଷକମାନେ ସେମାନଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଟ୍ରାକ୍ଟର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟ୍ରାକ୍ଟର ବୁଲେଟ୍ ପ୍ରୁଫ୍ କରୁଛନ୍ତି।

Latest Posts

Don't Miss