spot_img

Latest Posts

କୃଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କଲା ପୋଲିସ

ନୂଆଦିଲ୍ଲୀ: ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଟିକିରି ସୀମାଠାରୁ ମାତ୍ର ୨ କିଲୋମିଟର ଦୂର ଏକ ପାର୍କରେ ଥିବା ଗଛରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୫୨ ବର୍ଷୀୟ କୃଷକ ଜଣଙ୍କ ହରିୟାଣା ଜିନ୍ଦ ଅଞ୍ଚଳର ବୋଲି ପୋଲିସ  ପକ୍ଷରୁ କୁହାଯାଇଛି । ସେ ଗତ କିଛି ଦିନ ହେଲା ଦିଲ୍ଲୀ ସୀମାରେ ୩ କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନରେ ସାମିଲ ଥିଲେ । ତେବେ ମୃତ କୃଷକ କରମବୀର ସିଂହଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି । ଯେଉଁଥିରେ ଲେଖାଯାଇଛି, ‘ପ୍ରିୟ ଚାଷୀ ଭାଇମାନେ ମୋଦି ସରକାର ତାରିଖ ପରେ ତାରିଖ ଦେଉଛନ୍ତି, କେହିଁ ଜାଣିନାହାନ୍ତି ସରକାର କେବେ ଏହି କଳା ଆଇନକୁ ପ୍ରତ୍ୟାହାର କରିବେ’  ।

        ସୂଚନା ଯୋଗ୍ୟ ଯେ, ଶନିବାର ସାରା ଦେଶରେ କୃଷକମାନଙ୍କ ପକ୍ଷରୁ ଚକାଜାମ୍ କରାଯାଇଥିଲା । ଦିନ ୧୨ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ସାରା ଦେଶର କୋଣ ଅନୁକୋଣଣେ ଦେଖିବାକୁ ମିଳିଛି ।  ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମକୁ ଡକାଯାଇଛି। ତେବେ ୧୨ଟାବେଳୁ ଏହାର ପ୍ରଭାବ ଦେଖିବାକୁମିଳିଥିଲା । ଚାଷୀମାନେ ରାସ୍ତା ଅବରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଚକାଜାମ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଭିତରେ ଏବଂ ସୀମାନ୍ତରେ ପ୍ରାୟ ୫୦ ଯବାନ ନିୟୋଜିତ ହୋଇଛନ୍ତି। ତେବେ ଶନିବାରର ଏହି ଆନ୍ଦୋଳନ ପରେ କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଏହି ବିଲ୍ ପ୍ରତ୍ୟାହାର କରିବା ନେଇ ସରକାରଙ୍କୁ ଅକ୍ଟୋବର ୨ ଯାଏଁ ସମୟ ଦିଆଯାଇଛି ।

Latest Posts

Don't Miss