ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । ହରିୟାଣାରେ ଏବେ ବିଜେପି ନିଜ ଦମ୍‌ରେ ସରକାର ଗଠନ କରିବ  । ଏହା ସହ ଖଟ୍ଟରଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛନ୍ତି  ।

ମଙ୍ଗଳବାର ସକାଳ ୧୧ଟାରେ ବିଜେପି ବିଧାୟକ ଦଳ ସହ ବୈଠକ କରିଛନ୍ତି ମନୋହର ଲାଲ ଖଟ୍ଟର  । ଏହାପରେ ହରିୟାଣା ରାଜ୍ୟପାଲଙ୍କୁ ଭେଟିବା ପାଇଁ ସେ ବାହାରିଥିଲେ  । ଆଜି ସନ୍ଧ୍ୟା ସୁଦ୍ଧା ହରିୟାଣାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବ  । ରାଜଭବନରେ ଶପଥ ଗ୍ରହଣକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ମୁଖ୍ୟମନ୍ତ୍ରୀ କିଏ ହେବେ ଏ ସସପେନ୍ସରୁ ପରଦା ହଟିନି  ।