spot_img

Latest Posts

ସଙ୍କଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର

ନନ୍ଦିଘୋଷ ବ୍ୟୁରୋ :ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର। ୩ ସ୍ଵାଧୀନ ବିଧାୟକ ସରକାରଙ୍କ ସମର୍ଥନ ଛାଡିବା ପରେ ବଢିଲା ଅଡୁଆ।ସମର୍ଥନ ଛାଡିଥିବା ୩ ସ୍ଵାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ୩ ବିଧାୟକଙ୍କ ଏହି ଘୋଷଣା ପରେ ବିଜେପି ନେତୃତ୍ଵାଧୀନ ସରକାରର ସଂକଟ ବଢିଛି। ୩ ସ୍ଵାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର।

ହରିଆଣାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସି ହୁଡ୍ଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବିଜେପି ସଂଖ୍ୟାଲଘୁ ସରକାର ହୋଇଥିବା ଦାବି କରିଛନ୍ତି ହରିଆଣା କଂଗ୍ରେସ ମୁଖ୍ୟ ଉଦୟ ଭାନ। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବର୍ତ୍ତମାନ ୮୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର ୪୦ ବିଧାୟକ ରହିଛନ୍ତି। ବିଜେପି ସରକାରକୁ ପୂର୍ବରୁ ଜେଜେପି ଏବଂ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଥିଲା।

ପୂର୍ବରୁ ଜେଜେପି ସମର୍ଥନ ପ୍ରତ୍ଯାହାର କରିଥିବାବେଳେ ଏବେ ୩ ସ୍ଵାଧୀନ ବିଧାୟକ ସମର୍ଥନ ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ। ବିଜେପି ମୋଟ ୪୭ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। ଜଣେ HLP, 3 JJP ଏବଂ ୩ ସ୍ଵାଧୀନ ବିଧାୟକ ସରକାରକୁ ସମର୍ଥନ ଦେଇଥିଲେ।

Latest Posts

Don't Miss