ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହିଳା ଦଳ ବିଶ୍ବକପ ବିଜେତା ହୋଇଛନ୍ତି । ଏହି ସ୍ୱପ୍ନ ଶେଷରେ ନଭେମ୍ବର ୨ ତାରିଖରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାକାର ହେଲା। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ, ଟିମ୍ ଇଣ୍ଡିଆର ଖେଳାଳିମାନେ ସେଲିବ୍ରେସନ କଲେ । ଏଥିରେ ପୂର୍ବତନ ଭାରତୀୟ ମହିଳା ଖେଳାଳିମାନଙ୍କୁ ମଧ୍ୟ ସାମିଲ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ସେମାନଙ୍କୁ ଟ୍ରଫି ପ୍ରଦାନ କରି କହିଥିଲେ, “ଦିଦି, ଏହା ତୁମ ପାଇଁ ଥିଲା।” ଭାରତୀୟ ଅଧିନାୟକ ସମାରୋହ ସମୟରେ କାହାକୁ କ୍ଷମା ମଧ୍ୟ ମାଗିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ICC ଅଧ୍ୟକ୍ଷ ଜୟ ଶାହଙ୍କଠାରୁ ଟ୍ରଫି ଗ୍ରହଣ କରିବା ପରେ, ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ତାଙ୍କ ସାଥୀ ଖେଳାଳିଙ୍କ ସହ ଉତ୍ସବ ପାଳନ କରିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଭାରତୀୟ ଅଧିନାୟକ ଏବଂ ସାଥୀ ଖେଳାଳିମାନେ ପୂର୍ବତନ ଭାରତୀୟ ଖେଳାଳି ଅଞ୍ଜୁମ ଚୋପ୍ରା, ମିତାଲି ରାଜ ଏବଂ ଝୁଲଣ ଗୋସ୍ୱାମୀଙ୍କୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରୁଥିବାର ଦେଖାଯାଉଛି। ଏହା ଅଭିଜ୍ଞ ଖେଳାଳିଙ୍କୁ ଭାବପ୍ରବଣ କରିଦେଇଛି।
ସମସ୍ତ ଖେଳାଳିମାନେ ପର୍ବତନ ଖେଳାଳିମାନଙ୍କୁ ଆଲିଙ୍ଗନ କରିବା ସମୟ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ହରମନପ୍ରୀତ କୌର କହିଥିଲେ, ଦିଦି, ଏହା ତୁମ ପାଇଁ ଥିଲା। ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନା ଝୁଲନ ଗୋସ୍ୱାମୀଙ୍କୁ କହିଥିଲେ, ଗତ ଥର ତୁମ ପାଇଁ ବିଶ୍ୱକପ୍ ଜିତିପାରି ନ ଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି। ମ୍ୟାଚ୍ ସମୟରେ ସମସ୍ତ ଖେଳାଳି ଭାବପ୍ରବଣ ହୋଇଯାଇଥିଲେ। ଝୁଲନ ଗୋସ୍ୱାମୀ ସୋସିଆଲ ମିଡିଆରେ ତାଙ୍କର ଭାବନା ପ୍ରକାଶ କରିଥିଲେ।
ଭାରତୀୟ ମହିଳା ଦଳ ଟାଇଟଲ ଜିତିବା ପରେ ପୂର୍ବତନ ଭାରତୀୟ ମହିଳା ଦଳର କିମ୍ବଦନ୍ତୀ ଝୁଲଣ ଗୋସ୍ୱାମୀ ଭାବପ୍ରବଣ ହୋଇଯାଇଥିଲେ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ଏହା ମୋର ସ୍ୱପ୍ନ ଥିଲା, ଏବଂ ତୁମେ ଏହାକୁ ସାକାର କରିଦେଲ। ଶଫାଲି ବର୍ମାଙ୍କ ୭୦ ରନ ଏବଂ ଦୁଇଟି ବଡ଼ ୱିକେଟ୍, ଦୀପ୍ତି ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ପାଞ୍ଚଟି ୱିକେଟ୍… ଉଭୟ ଚମତ୍କାର। ଟ୍ରଫି ଏବେ ଆମର।”
ପୂର୍ବତନ ଭାରତୀୟ ଅଧିନାୟକ ମିତାଲି ରାଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଭାରତୀୟ ମହିଳାମାନଙ୍କୁ ବିଶ୍ୱକପ୍ ଟ୍ରଫି ଉଠାଇବାର ସ୍ୱପ୍ନ ଦେଖିଥିଲି। ଆଜି ରାତିରେ, ସେହି ସ୍ୱପ୍ନ ଶେଷରେ ସତ ହୋଇଛି। ୨୦୦୫ର ହୃଦୟ ବିଦାରକ ଘଟଣାରୁ ୨୦୧୭ର ସଂଘର୍ଷ ପର୍ଯ୍ୟନ୍ତ, ପ୍ରତ୍ୟେକ ଲୁହ, ପ୍ରତ୍ୟେକ ବଳିଦାନ, ପ୍ରତ୍ୟେକ ଯୁବତୀ ଯେଉଁମାନେ ବ୍ୟାଟ୍ ଉଠାଇଥିଲେ । ବିଶ୍ୱାସ କରୁଥିଲେ ଯେ ଆମେ ଏଠାରେ ଅଛୁ, ଏସବୁ ଏହି ମୁହୂର୍ତ୍ତକୁ ନେଇଗଲା। ବିଶ୍ୱ କ୍ରିକେଟର ନୂତନ ଚାମ୍ପିଅନମାନେ, ତୁମେ କେବଳ ଏକ ଟ୍ରଫି ଜିତିନାହଁ, ତୁମେ ଭାରତୀୟ ମହିଳା କ୍ରିକେଟ ପାଇଁ ସ୍ପନ୍ଦିତ ହେଉଥିବା ପ୍ରତ୍ୟେକ ହୃଦୟକୁ ଜିତିଛ। ଜୟ ହିନ୍ଦ।
ଅଞ୍ଜୁମ ଚୋପ୍ରା କହିଛନ୍ତି ଯେ ଝିଅମାନେ ଆମର ସ୍ୱପ୍ନକୁ ସାକାର କରିଛନ୍ତି ଏବଂ ଆମେ ଏକ ସୁନ୍ଦର ନୂତନ ଯୁଗର ଅପେକ୍ଷାରେ ଅଛୁ।

