spot_img

Latest Posts

ICC ମହିଳା ବିଶ୍ବ କପ୍ ୨୦୨୫ର ବେଷ୍ଟ ପ୍ଲେଇଂ-୧୧ ଘୋଷଣା: ବାଦ୍ ପଡ଼ିଲେ ହରମନପ୍ରୀତ କୌର

ICC ମହିଳା ବିଶ୍ବ କପ ୨୦୨୫ର ବେଷ୍ଟ ପ୍ଲେଇଂ-୧୧ର ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଭାରତକୁ ପ୍ରଥମ ଥର ମହିଳା ବିଶ୍ବକପ ଚାମ୍ପିୟନ କରାଯାଇଥିବା ଅଧିନାୟକ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ଚୟନ କରାଯାଇନାହିଁ । ତାଙ୍କ ବଦଳରେ ଆଉ ଜଣେ ବଡ଼ ଖେଳାଳିଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି । ଅଧିନାୟକ କଥା ଛାଡ଼ନ୍ତୁ, ପ୍ଲେଇଂ-୧୧ରେ ମଧ୍ୟ ହରମନପ୍ରୀତଙ୍କୁ ସ୍ଥାନ ମିଳିନାହିଁ । ଆଇସିସି ତରଫରୁ ମହିଳା ବିଶ୍ବକପ ୨୦୨୫ର ପ୍ଲେଇଂ-୧୧ର ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଅଧିନାୟକ ଲୌରା ବୁଲଓ୍ବାର୍ଟଙ୍କୁ ଚୟନ କରାଯାଇଛି । ଲୌରା ଫାଇନାଲ ମ୍ୟାଚରେ ଶତକୀୟ ଇନିଂସ ଖେଳାଳି କଡ଼ା ସଂଘର୍ଷ କରିଥିଲେ ହେଁ ଦଳକୁ ଚାମ୍ପିୟନ କରାଇ ପାରିନଥିଲେ ।

ଆଇସିସି ମହିଳା ବିଶ୍ବ କପର ବେଷ୍ଟ ପ୍ଲେଇଂ-୧୧ରେ ଭାରତର ୩ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ସେଥିରେ ଓପନର ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗସ ଓ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦୀପ୍ତି ଶର୍ମାଙ୍କ ନାମ ସାମିଲ ରହିଛି । ଦକ୍ଷିଣ ଆଫ୍ରିକାର ୩ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ଲୌରାଙ୍କ ବ୍ୟତୀତ ନାଦିନ ଡି କ୍ଲାର୍କ ଓ ମାରିଜେନ କ୍ୟାପ ମଧ୍ୟ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଶ ଗାର୍ଡନର, ଏନାବେଲ ସଦରଲାଣ୍ଡ ଓ ଲେଗ ସ୍ପିନର ଏଲାନା କିଙ୍ଗ ସ୍ଥାନ ପାଇଛନ୍ତି । ଇଂଲଣ୍ଡ ପକ୍ଷରୁ ସୋଫୀ ଏକ୍ଲେଷ୍ଟୋନ ଓ ପାକିସ୍ତାନ ତରଫରୁ ଓ୍ବିକେଟ କିପର ସିଦରା ନବାଜଙ୍କୁ ସ୍ଥାନ ମିଳିଛି । ହରମନପ୍ରୀତଙ୍କୁ ସ୍ଥାନ ନ ମିଳିବାର ସବୁଠାରୁ ବଡ଼ କାରଣ ହେଉଛି ସେ ଉଚ୍ଚକୋଟୀର ଅଧିନାୟକ ଦାୟିତ୍ବ ନିର୍ବାହ କରିଥିଲେ ହେଁ ଭଲ ବ୍ୟାଟିଂ କରିନଥିଲେ । ସେ ୮ ପାଳିରେ ୩୨.୫୦ ହାରରେ ୨୬୦ ରନ୍ ସଂଗ୍ରହ କରିଥିଲେ ।

Latest Posts

Don't Miss