ହରିୟାଣା ରାଜନୀତିରେ କଣ ରହିଛି ଖେଳାଳିଙ୍କ ପ୍ରଭାବ ?

ନନ୍ଦିଘୋଷ ବ୍ୟୁରୋ: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରେସଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗଟ । ଅକ୍ଟୋବର ମାସରେ ହରିୟାଣାରେ ନିର୍ବାଚନ ହେବାକୁ ଥିବାବେଳେ ଉଭୟ ପ୍ରତିଦ୍ବନ୍ଦିତା କରିବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ଥିବାବେଳେ ଏହି ରେସଲରଙ୍କ ନାମ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ୨୦୧୯ ବିଧାନସଭା ନିର୍ବାଚନରେ ହରିୟାଣା ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଥିବା ଖେଳାଳିଙ୍କ ଫଳାଫଳ କଣ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନରେ ୩ ଜଣ ଖେଳାଳି ନିର୍ବାଚନୀ ପ୍ରତିଦ୍ବନ୍ଦିତା କରିଥିଲେ । କମନଓ୍ବେଥ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ବବିତା ଫୋଗଟ ପ୍ରାର୍ଥୀ ହୋଇଥିଲେ କିନ୍ତୁ ପରାଜୟ ବରଣ କରିଥିଲେ । ହକି ଖେଳାଳି ସନ୍ଦୀପ ସିଂ ମଧ୍ୟ ପ୍ରତିଦ୍ବନ୍ଦିତା କରିଥିବାବେଳେ ସେ ବିଜୟୀ ହୋଇଥିଲେ । ମାତ୍ର ଯୋଗେଶ୍ବର ଦତ୍ତଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା । ଏହି ତିନି ଖେଳାଳି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବାବେଳେ ଚଳିତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ।