ଆଜି ହରିୟାଣା ନିର୍ବାଚନ, ଆସନ୍ତୁ ନଜର ପକାଇବା କେଉଁ ଆସନରୁ ଲଢ଼ୁଛନ୍ତିୁ କେଉଁ ହେବିଓ୍ବେଟ୍ ନେତା

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ହରିୟାଣା ନିର୍ବାଚନ । ୯୦ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ନେତା । ତେବେ ଆଜି ବହୁ ହେବିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।  ଆସନ୍ତୁ ନଜର ପକାଇବା କେଉଁ ଆସନରୁ କିଏ ଲଢୁଛନ୍ତି। ବହୁଚର୍ଚ୍ଚିତ ଗଡ଼ି-ସାମ୍ପଲା କିଲୋଇ ଆସନରେ କଂଗ୍ରେସରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ମଞ୍ଜୁ ହୁଡ୍ଡା।

() ତୋଷମ ଆସନରୁ ଲଢୁଛନ୍ତି କଂଗ୍ରେସର ଅନିରୁଦ୍ଧ ଚୌଧୁରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଶ୍ରୁତି ଚୌଧୁରୀ। ପୂର୍ବତନ ମୁଖ୍ଯମନ୍ତ୍ରୀ ବଂଶୀଲାଲଙ୍କ ବଂଶଧର ଅନିରୁଦ୍ଧ ଓ ଶ୍ରୁତି। ବିସିସିଆଇର କୋଷାଧ୍ଯକ୍ଷ ଥିଲେ ଅନିରୁଦ୍ଧ।

() ଅମ୍ବାଲା କାଣ୍ଟନମେଣ୍ଟ ଆସନରେ ଲଢୁଛନ୍ତି କଂଗ୍ରେସ ପରିବିନ୍ଦର ସିଂ ପରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ତଥା ବିଜେପି ନେତା ଅନିଲ ଭିଜ। ୬ ଥରର ବିଧାୟକ ଅନିଲ ଭିଜ।

() ଲଡୱାରେ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ନାଏବ ସିଂ ସାଇନି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମେବା ସିଂ। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ସାଇନି ହୋଇଥିଲେ ସିଏମ।

() ବଦଲିରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି କୁଳଦୀପ ଭାଟସ ତାଙ୍କ ବିରୋଧରେ ଲଢେଇ କରୁଛନ୍ତି ବିଜେପିର ଓ. ପି. ଧନକର। ହରିୟାଣାର ପୂର୍ବତନ ବିଜେପି ସଭାପତି ଧନକର।

() ହୋଡଲରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଉଦୟଭାନ। ହୋଡାଲ ଆସନରୁ ୪ ଥର ବିଜୟୀ ହୋଇଛନ୍ତି ଉଦୟ ଭାନ। ପିସିସି ସଭାପତି ଅଛନ୍ତି ଉଦୟ ଭାନ।

() ହିସାରରେ କଂଗ୍ରେସର ରାମ ନିବାସ ରାଡ଼ା, ବିଜେପିର କମଲ ଗୁପ୍ତା ଓ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲଙ୍କ ମଧ୍ଯରେ ହେଉଛି ଲଢେଇ। ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ। ତାଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲ ହିସାରରୁ ଜିତିଥିଲେ ୩ ଥର

() କୈଥଲରେ ପ୍ରାର୍ଥୀ ଅଛନ୍ତି

ଆଦିତ୍ଯ ସୂର୍ଯେୱାଲା, କଂଗ୍ରେସ ହେଭିୱେଟ ରଣଦୀପ ସୂର୍ଯେୱାଲାଙ୍କ ପୁଅ ଆଦିତ୍ଯ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଲୀଲା ରାମ।

() ବହୁଚର୍ଚ୍ଚିତ ଆସନ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରେସଲର ଭିନେଶ ଫୋଗଟ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ପରମିନ୍ଦର ସିଂ ଗୁଲ। ରେସଲର ଭାବେ ଖ୍ଯାତି ଅର୍ଜନ କରିଛନ୍ତି ଭିନେଶ।

() ଉଚାନାରେ କଂଗ୍ରେସର ବ୍ରିଜେନ୍ଦ୍ର ସିଂ, ବିଜେପିର ଦେବେନ୍ଦ୍ର ଅତ୍ରି, ଓ ଜେଜେପିର ଦୁଶ୍ଯନ୍ତ ଚୌଟାଲାଙ୍କ ମଧ୍ଯରେ ଲଢେଇ ହେଉଛି। ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତଥା ଜେଜେପି ନେତା ଦୁଶ୍ଯନ୍ତ।

() ସିରସାରେ କଂଗ୍ରେସର ଗୋକୁଳ ସେଟିୟା, ଏଚଏଲପିର ଗୋପାଳ ଗୋୟଲ କାଣ୍ଡା ଓ ଆଇଏନଏଲଡିର ଅଭୟ ସିଂଙ୍କ ମଧ୍ଯରେ ହେଉଛି ଲଢେଇ।

() କର୍ଣ୍ଣଲରେ କଂଗ୍ରେସର ସୁମିତା ବିର୍କ, ବିଜେପିର ଜଗମୋହନ ଆନନ୍ଦଙ୍କ ମଧ୍ଯରେ ହେଉଛି ଟକ୍କର।