ଝିଅକୁ ନୃଶଂସ ଭାବେ ହତ୍ୟା କଲା ବାପା

ପାନିପତ୍: ବାପା ସାଜିଲା ରାକ୍ଷସ । ନିଜ ଝିଅକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ବାପା । ଯେଉଁ ଝିଅ କୁ ପାଳି ପୋଷି  ଛୋଟରୁ ଏତେ ବଡ କରିଥିଲା ସେହି ଝିଅ କୁ ଆଜି ଗୁଳି କରି ହତ୍ୟା କରିଛି ବାପା  । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି  ହରିୟାଣା ର ପାନିପତ୍ ଜିଲ୍ଲା ରେ । ସୂଚନାଅନୁସାରେ ,  ଜଣେ ବ୍ୟକ୍ତି ନିଜର ୧୭ ବର୍ଷର ଝିଅ ଭାବନାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି । ବ୍ୟକ୍ତି ଜଣକ ଭାବନାଙ୍କ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ  । ଗୁଳିର ଶଦ୍ଦ ଶୁଣିବା ମାତ୍ରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଯେତେବେଳେ ଆଖ ପାଖ ଅଞ୍ଚଳର ଲୋକେ କଣ ଗୁଳି ଶଦ୍ଦ ହେଲା ବୋଲି ଦେଖିବାକୁ ଯାଇଥିଲେ । ସେତେବେଳେ ଲୋକେ  ଘଟଣାସ୍ଥଳରେ ଦେଖିଥିଲେ କି ଭାବନା ରକ୍ତ ଜୁଡୁବୁଡୁ  ଅବସ୍ଥାରେ ତଳେ ପଡିରହିଛି  । ଏହା ପରେ ପଡୋଶୀ ଭାବନାଙ୍କୁ ପାଖରେ ଥିବା ପାର୍କ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି  । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ପୋଲିସ୍ ର କହିବା ଅନୁସାରେ ତାଙ୍କୁ   ୧୭ ବର୍ଷର ଝିଅର ହତ୍ୟା କରାଯାଇଥିବା ସୂଚନା ମିଳିଥିଲା  । ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର୍ ଅଛନ୍ତି  । ପୋଲିସ୍ ଏହା ମଧ୍ୟ କହିଛି ଯେ , ଏହା ଅନରକିଲିଂ ମାମାଲା ପରି ଜଣାପଡୁଛି  । ଭାବନାଙ୍କ ଶବ କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି  । ଅଭିଯୁକ୍ତ ପିତାକୁ ଖୋଜିବା ପାଇଁ ପୋଲିସ୍ ତନାଘନା ଆରମ୍ଭ କରିଦେଇଛି  । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟା ର କାରଣ ଅସ୍ପଷ୍ଟ ରହିଛି  ।