ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ : ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର । ପବିତ୍ର ପଞ୍ଚୁକର ଦ୍ବିତୀୟ ଦିନ  ।  ପୁରୀରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ । ଶ୍ରୀଜିଉଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ । ଆଜି ଦ୍ବାଦଶୀରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଡାଳିକିଆ ବା ତ୍ରିବିକ୍ରମ ବେଶ, ରବିବାର ଲକ୍ଷ୍ମୀନୃସିଂହ ବେଶ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ । ପଞ୍ଚୁକରେ ଗହଳିକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ମର୍ଚିକୋଟ ଠାରୁ ବ୍ୟାରିକେଡରେ ଆସି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ସ୍ଥାନରେ ଜଳ ବଣ୍ଟନ କେନ୍ଦ୍ର ସହ ଅସ୍ଥାୟୀ ଟଏଲେଟର ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖାଯାଇଛି ।