‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ପରିବାର ପକ୍ଷରୁ ବୁଦ୍ଧ ପାର୍କରେ ଚାଲିଛି ହର ହର ମହାଦେବ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ପରିବାର ପକ୍ଷରୁ ବୁଦ୍ଧ ପାର୍କରେ ଚାଲିଛି ‘ହର ହର ମହାଦେବ’ ଚିତ୍ରାଙ୍କନ ପ୍ରତିଯୋଗିତା । ମହାଶିବରାତ୍ରୀ ଅବସରରେ ଆୟୋଜନ ହୋଇଛି ଚିତ୍ରାଙ୍କନ ପ୍ରତିଯୋଗିତା । କାର୍ଯ୍ୟକ୍ରମରେ ଶହେରୁ ଅଧିକ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମରୁ ତୃତୀୟ, ଚତୁର୍ଥରୁ ଷଷ୍ଠ ଓ ସପ୍ତମରୁ ଦଶମ ୩ଟି ବିଭାଗରେ ପ୍ରତିଯୋଗିତା ହେଉଛି ।

ଏହି ପ୍ରତିଯୋଗିତା ପାଇଁ ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସମସାମୟିକ ପ୍ରସଙ୍ଗକୁ ନେଇ ଚିତ୍ର ଆଙ୍କୁଛନ୍ତି ଛାତ୍ରଛାତ୍ରୀ । ଚିତ୍ରାଙ୍କନ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ର ଅଧ୍ୟକ୍ଷ ମାନସ ମଙ୍ଗରାଜ । ଏହି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।