spot_img

Latest Posts

ଦିଲ୍ଲୀରେ ହରେକୃଷ୍ଣ ମହତାବଙ୍କ ନାଁରେ ନାମିତ ହେଲା ରାସ୍ତା

ଦିଲ୍ଲୀ: ବହୁଦିନର ଦାବି ପରେ ସରକାର ଓଡ଼ିଆମାନଙ୍କ ଦାବି ଶୁଣିଛନ୍ତି । ଓଡ଼ିଶାର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରିଛନ୍ତି ରାଜଧାନୀ ଦିଲ୍ଲୀର ଏକ ରାଜରାସ୍ତା। ସାଉଥ୍ ଦିଲ୍ଲୀର ବେଶ୍ ଗୁରୁତ୍ୱ ବହନ କରୁଥିବା ୱେଷ୍ଟଏଣ୍ଡ୍ ଠାରୁ ସାଉଥ୍ ମୋତିବାଗ୍ ଷ୍ଟ୍ରିଟ୍ ପର୍ଯ୍ୟନ୍ତ ରୋଡକୁ ଉତ୍କଳ କେଶରୀ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଯାଇଛି ।

ଜାତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ଡକ୍ଟର ମହତାବ । ସ୍ୱାଧିନତା ପରେ ସେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ୍ ନେହେରୁଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ଥିଲେ ମହତାବ। ପ୍ରଥମ ଓଡ଼ିଆ ଭାବେ ସେ ବମ୍ବେର ରାଜ୍ୟପା‍ଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ତେବେ ଡକ୍ଟର ମହତାବଙ୍କ ନାମରେ ନାମିତ ଏହି ଅଞ୍ଚଳ ଦିଲ୍ଲୀର ଏକ ବେଶ୍ ଆଭିଜାତ୍ୟ ସମ୍ପନ୍ନ ଅଞ୍ଚଳ ଭାବେ ଜଣାଶୁଣା । ଏଠାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ବାସଭବନ ସହ ଦୂତାବାସ ମଧ୍ୟ ରହିଛି । ତେଣୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ମନେ କରାଯାଉଛି । ଦିଲ୍ଲୀର କିଛି ରାସ୍ତାକୁ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ଏପରିକି ଅନଙ୍ଗ ଉଦୟ ସିଂଦେଓ ରାଜ୍ୟସଭା ସଦସ୍ୟ  ଥିବାବେଳେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ଏକ ରାସ୍ତା ନାମିତ କରିବାକୁ ରାଜ୍ୟସଭାରେ ଦାବି କରିଥିଲେ ।ତେବେ ଆଜି ଡକ୍ଟର ମହତାବଙ୍କ ୧୨୦ତମ ଜୟନ୍ତି ଅବସରରେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Latest Posts

Don't Miss