ହାର୍ଡୱେର ଦୋକାନର କର୍ମଚାରୀଙ୍କୁ ମାଡ଼ମାରି ଲୁଟିଲେ ୬ ଲକ୍ଷ ଟଙ୍କା

ମାଲକାନାଗିରି: ମାଡ଼ ମାରି ୬ଲକ୍ଷ ଟଙ୍କା ଲୁଟ । ମାଲକାନଗିରି ସାପ୍ତାହିକ ହାଟ ନିକଟରେ ଏହି ଘଟଣା ଘଟିଛି । ଏକ ହାର୍ଡୱେର ଦୋକାନର ଜଣେ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିଲେ। ଟଙ୍କା ଲୁଟ ପରେ ଦୁର୍ବୃତ୍ତ ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦି ଦେଖିବା ତେବେ ମାଲକାନାଗିରିରେ ଏଭଳି ଘଟଣା ପ୍ରଥମ । କାରଣ ପୂର୍ବରୁ ମାଲକାନାଗିରିରେ ଏଭଳି ଘଟଣା ଘଟିନଥିଲା । ଏହି ଘଟଣାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । କିନ୍ତୁ ପୋଲିସର ତଦନ୍ତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।