ଜାଣନ୍ତୁ ହରଦୀପ ସିଂ ନିଜ୍ଜରର କାହାଣୀ

1 min read

ନୂଆଦିଲ୍ଲୀ: ହରଦୀପ ସିଂ ନିଜ୍ଜର। ଭାରତ- କାନାଡ଼ା ମଧ୍ୟରେ ଲାଗି ରହିଥିବା ତିକ୍ତତାର ମୁଖ୍ୟ କାରଣ । କାନାଡ଼ା ପକ୍ଷରୁ ଦାବି କରାଯାଉଛି କି, ହରଦୀପକୁ ଭାରତ ପକ୍ଷରୁ ହତ୍ୟା କରାଯାଇଛି । ମାତ୍ର ଏଯାବତ କୌଣସି ପ୍ରମାଣ ସାମନାକୁ ଆସିନଥିବା ବେଳେ ନିଜ୍ଜରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଜୁନ ୮ ତାରିଖ ୨୦୨୩ ସିଂନ୍ଧ୍ୟା ସମୟରେ କାନାଡ଼ାର ଗୁରୁ ନାନକ ଶିଖ୍ ଗୁରୁଦ୍ବାର ବାହାରେ ଅଜଣା ବ୍ୟକ୍ତି ଆସି ଗୁଳିମାରିଥିଲେ । ଆଉ ହରଦୀପର ମୃତ୍ୟୁ ହୋଇଛି । ପଞ୍ଜାବର ମୂଳ ବାସିନ୍ଦା ରହିଥିବା ହରଦୀପ କିଭଳି ଭାବେ ଆତଙ୍କବାଦ ସହ ଜଡ଼ିତ ହେଲେ ତାକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି ।

୧୯୯୬ରେ କାନାଡ଼ା ଯାଇଥିବା ନିଜାର ଆତଙ୍କବାଦୀ କାର୍ଯ୍ୟକଳାପ ତଥା, ଡ୍ରଗ୍ସ ସ୍ମଗଲିଂ ଭଳି କାର୍ଯ୍ୟରେ ଲିପ୍ତ ରହିଥିଲା । ୨୦୧୨ ମସିହାରେ ପାକିସ୍ତାନ ଯାଇ ଆତଙ୍କବାଦୀଙ୍କ ସହ ରହିଥିଲା । ଜଗତାର ସିଂ ତାରା ସହ ନିଜାରର ଭଲ ସମ୍ପର୍କ ରହିଥିଲା । ଯାହାର ସହାୟତା ନେଇ ଅସ୍ତ୍ରଶସ୍ତ୍ର ଏବଂ IED ବ୍ଲାଷ୍ଟର ଟ୍ରେନିଂ ନେଇଥିଲା । ତେବେ ପଞ୍ଜାବରେ ହୋଇଥିବା ୨ଶହ ହତ୍ୟାରେ ମଧ୍ୟ ନିଜାରର ସହଯୋଗୀ ରହିଥିଲେ । ୨୦୨୦ ମସିହାରେ ଗୃହ ମନ୍ତ୍ରାଳୟ UAPA ପକ୍ଷରୁ ନାଜିରକୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଥିଲା । ନିଜାର କାନାଡ଼ାରେ ଏକ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା । ଯେଉଁଠି ରାଇଫଲ, ଏକ-୪୭ ଏବଂ ପିସ୍ତଲ ଚଳାଇବା ତାଲିମ ଦେଇଥିଲେ । ଏପରିକି ପଞ୍ଜାବରେ ମଧ୍ୟ ବହୁ ଯୁବକଙ୍କୁ ତାଲିମ ଦେବା ସହ ଆତଙ୍କବାଦୀ ହେବା ପାଇଁ ପ୍ରବର୍ତ୍ତାଇଥିଲା ।

କେଟିଏଫ ମଡ୍ୟୁଲ ବନାଇ ହତ୍ୟା କରୁଥିଲେ । ଏହି ଗ୍ରୁପରେ ୪ଜଣ ରହିଥିବାବେଳେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି । ଅନେକ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହିଥିଲା । ଖଲିସ୍ତାନ ଆତଙ୍କବାଦୀ ଗ୍ୟାଙ୍ଗରେ ମିଶିବା ସହ ରବି ଶର୍ମା ନାଁରେ ଏକ ନକଲି ପାସପୋର୍ଟ ମଧ୍ୟ କରିଥିଲା । ଯାହା ସାହାର୍ଯ୍ୟରେ କାନାଡ଼ା ଯିବାରେ ସଫଳ ହୋଇଥିଲା । ୨୦୦୭ରେ କାନାଡ଼ାର ନାଗରିକତା ମିଳିଥିଲା । ସେ ପ୍ଲମ୍ବରଭାବେ ସେଠାରେ କାର୍ଯ୍ୟ କରୁଥିବାବେଳେ ଗୁରୁ ନାନକ ଶିଖ ଗୁରୁଦ୍ବାରରେ ଅଧ୍ୟକ୍ଷ ବନିଥିଲେ ।