ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
1 min readଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ । ପ୍ରାଥମିକ ସଦସ୍ୟ ପୂର୍ବରୁ ଇସ୍ତଫା ଦେଲେ ଗୁଜରାଟ ପଟିଦାର ନେତା ହାର୍ଦ୍ଦିକ । କଂଗ୍ରେସରୁ ଇସ୍ତଫା ଦେବା ସହ ସେ କଂଗ୍ରେସ ପାର୍ଟି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଗତକିଛିଦିନ ଧରି ହାର୍ଦ୍ଦିକ ଦଳୀୟ ନେତୃତ୍ବକୁ ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ସେ ଦଳ ଛାଡ଼ିବା ନେଇ ଆଶଙ୍କା କରାଯାଉଥିଲା ।
आज मैं हिम्मत करके कांग्रेस पार्टी के पद और पार्टी की प्राथमिक सदस्यता से इस्तीफा देता हूँ। मुझे विश्वास है कि मेरे इस निर्णय का स्वागत मेरा हर साथी और गुजरात की जनता करेगी। मैं मानता हूं कि मेरे इस कदम के बाद मैं भविष्य में गुजरात के लिए सच में सकारात्मक रूप से कार्य कर पाऊँगा। pic.twitter.com/MG32gjrMiY
— Hardik Patel ( Modi Ka Parivar ) (@HardikPatel_) May 18, 2022
କଂଗ୍ରେସ ଛାଡିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହାର୍ଦ୍ଦିକ । ଟ୍ୱିଟ୍ କରି ସେ କହିଛନ୍ତି କି ଆଜି ମୁଁ ସାହାସ କରି କଂଗ୍ରେସ ପାର୍ଟିର ପଦ ଓ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ ।
କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳକୁ ଟାର୍ଗେଟ କରିଛନ୍ତି ହାର୍ଦ୍ଦିକ ପଟେଲ । ସେ ଟ୍ୱିଟ୍ କରି କହିଛନ୍ତି ଯେ, କଂଗ୍ରେସ ଦେଶ ହିତ ଏବଂ ସମାଜ ହିତର ବୀପରିତ ଦିଗରେ କାମ କରୁଛି । କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ । ରାମ ମନ୍ଦିର, CAA-NRC, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି । ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ ।