spot_img

Latest Posts

ଧୋନୀ ହେବାକୁ ଚେଷ୍ଟା କରୁଥିଲେ କି ହାର୍ଦ୍ଦିକ ? ଏହି ନିଷ୍ପତ୍ତି ପାଇଁ ହାରିଲା MI

ମୁମ୍ବାଇ: ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ପ୍ରଦାନ ନିଷ୍ପତ୍ତିକୁ ଆଦୌ ପସନ୍ଦ କରିନଥିଲେ ପ୍ରଶଂସକ ।  ବିଶେଷ କରି ରୋହିତ ଶର୍ମାଙ୍କ ପ୍ରଶଂସକ ଏହାକୁ ଆଦୌ ଗ୍ରହଣ କରି ନଥିଲେ। ଏଭଳି ସେ ତାଙ୍କ ନିଷ୍ପତ୍ତି ଯୋଗୁଁ ସେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି  ।

 

ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଠାରୁ ୬ ରନରେ ପରାଜୟ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ​ ।​ ଅହମ୍ମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍ ମୁମ୍ବାଇର ନିୟନ୍ତ୍ରଣରେ ଥିଲା କିନ୍ତୁ ଏହା ପରେ ମଧ୍ୟ ୫ ଥରର ଚାମ୍ପିଅନ୍ ଦଳ କୌଣସି ପ୍ରକାରେ ଏହି ମ୍ୟାଚ୍ ହାରିଗଲା  । ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଅଧିନାୟକ ହେବା ପରେ ହାର୍ଦ୍ଦିକଙ୍କ ଏହା ପ୍ରଥମ ମ୍ୟାଚ୍ ଥିଲା ଏବଂ ଅଧିନାୟକତ୍ୱ ହେତୁ ପ୍ରଶଂସକଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ । ହାର୍ଦ୍ଦିକ ତାଙ୍କ ନିଷ୍ପତ୍ତି ହେତୁ ଅଧିକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।

 

ବର୍ତ୍ତମାନ ପ୍ରଶ୍ନ ହେଉଛି, ହାର୍ଦ୍ଦିକ କେଉଁ ଭୁଲ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା? ପ୍ରଥମ ସିଜନରେ ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିୟନ କରିଥିବା ହାର୍ଦ୍ଦିକ ମୁମ୍ବାଇର ଅଧିନାୟକ ଭାବରେ ଉଭୟ ଇନିଂସରେ ଗୋଟିଏ ବଡ ଭୁଲ କରିଥିଲେ। ବୋଲିଂରୁ ଏ ସବୁର ଆରମ୍ଭ ହୋଇଥିଲା  । ମୁମ୍ବାଇ ପ୍ରଥମେ ବୋଲିଂ କରିଥିଲା ​​ । ଏହି ଦଳରେ ଜସପ୍ରୀତ ବୁମ୍ରାଙ୍କ ପରି ଭେଟେରାନ୍ ଫାଷ୍ଟ ବୋଲରମାନେ ଥିଲେ, ଯେଉଁମାନେ ଉତ୍କୃଷ୍ଟ ଫର୍ମରେ ଥିଲେ  । ଏହା ସତ୍ତ୍ବେ ହାର୍ଦ୍ଦିକ ନିଜେ ଇନିଂସରେ ବୋଲିଂ ଆରମ୍ଭ କରିଥିଲେ। ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ହାର୍ଦ୍ଦିକଙ୍କ ପ୍ରଥମ ବଲରେ ଚଉକା ହୋଇଥିଲା। ଏହା ପରେ ଦ୍ୱିତୀୟରେ ମଧ୍ୟ ଚଉକା ପରେ ଓଭରରୁ ମୋଟ ୧୦ ରନ୍ ଦେଇଥିଲେ ହାର୍ଦ୍ଦିକ ।

 

ଏହାକୁ ଭୁଲ ବୋଲି କହିବା ଠିକ୍ ହେବ ନାହିଁ କାରଣ ଗତ ସିଜନରେ ଗୁଜୁରାଟ ପାଇଁ ହାର୍ଦ୍ଦିକ ପ୍ରଥମ କିମ୍ବା ଦ୍ୱିତୀୟ ଓଭର ବୋଲିଂ କରି ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲେ। ଯାହାହେଉ, ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଜେ ଗତ କିଛି ସିଜିନରେ ପ୍ରଥମ କିମ୍ବା ଦ୍ୱିତୀୟ ଓଭର ବୋଲିଂ କରିବାକୁ ବୁମରାଙ୍କୁ ଦେଇ ନଥିଲେ। ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ମଧ୍ୟ କିଛି ଅଲଗା କରିନାହାଁନ୍ତି। ବାସ୍ତବରେ ହାର୍ଦ୍ଦିକ ତୃତୀୟ ଓଭରରେ ପୁନର୍ବାର ଆସିବାର ଭୁଲ କରିଥିଲେ, କାରଣ ସେ ପ୍ରଥମ ଓଭରରେ ସୁଇଙ୍ଗ କରୁନଥିଲେ। ଏହା ସତ୍ତ୍ବେ ସେ ବାରମ୍ବାର ଆସି ୨ଟି ଚକା ସହିତ ୧୦ ରନ୍ ଦେଇଥିଲେ। ଏହି ରନ୍ ଗୁଡିକ ଶେଷରେ ମୁମ୍ବାଇ ଉପରେ ଭାରି ପଡିଥିଲା  । ଚତୁର୍ଥ ଓଭରରେ ବୁମ୍‌ରାହ ଆସି ୱିକେଟ୍ ନେଇଥିଲେ।

 

ବ୍ୟାଟିଂ ସମୟରେ ହାର୍ଦ୍ଦିକଙ୍କ ଦ୍ୱିତୀୟ ଭୁଲ ଦେଖିବାକୁ ମିଳିଥିଲା। ୧୬ ତମ ଓଭରର ପଞ୍ଚମ ବଲରେ ଡେଭାଲ୍ଡ ବ୍ରେଭିସ୍ ଆଉଟ୍ ହୋଇଥିବାବେଳେ ମୁମ୍ବାଇ ବିଜୟ ଆଡକୁ ଯାଉଥିଲା। ସେତେବେଳେ ମୁମ୍ବାଇକୁ ୨୫ ବଲରେ ୪୦ ରନ୍ ଆବଶ୍ୟକ ଥିଲା  । ସମସ୍ତେ ଆଶା କରୁଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିବେ କାରଣ ସେ ଗୁଜୁରାଟ ପାଇଁ ଆଗୁଆ ବ୍ୟାଟିଂ କରୁଥିଲେ। ସେ ନ ଆସି ତାଙ୍କ ସ୍ଥାନରେ ଡେଭିଡଙ୍କୁ ପଠାଇଲେ। ପରବର୍ତ୍ତୀ ଓଭରରେ ଆସିଥିବା ରସିଦ ଖାନ ଡେଭିଡ ଏବଂ ତିଲକ ବର୍ମାଙ୍କୁ ଅସୁବିଧାରେ ପକାଇ ରନ ସଂଗ୍ରହ କରିବାକୁ ଦେଇ ନଥିଲେ।

 

ଏହା ରସିଦଙ୍କ ଶେଷ ଓଭର ଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା  । ପୂର୍ବତନ ଭାରତୀୟ ପେସର୍ ଇରଫାନ୍ ପଠାନ୍ ଅଭିଯୋଗ କରିଛନ୍ତି ଯେ ହାର୍ଦ୍ଦିକ ରସିଦଙ୍କୁ ସାମ୍ନା କରିବାକୁ ଡରୁଥିବାରୁ ସେ ଡେଭିଡଙ୍କୁ ପଠାଇଥିଲେ। ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ ହାର୍ଦ୍ଦିକ ଶେଷରେ ଆସି ଧୋନିଙ୍କ ଭଳି ମ୍ୟାଚ୍ ଶେଷ କରିବାକୁ ଚିନ୍ତା କରୁଥିଲେ କି? ସେ ୨୦ ତମ ଓଭରରେ ଏହା ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ୪ ଟି ବଲରେ ୧୧ ରନ୍ ସ୍କୋର କରିଥିବା ହାର୍ଦ୍ଦିକ ନିଜେ ୧୬ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥାନ୍ତେ, ବୋଧହୁଏ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କ ଅଧିନାୟକତ୍ୱ କ୍ୟାରିୟର ଏକ ବିଜୟରୁ ଆରମ୍ଭ ହୋଇଥାନ୍ତା  ।

 

Latest Posts

Don't Miss