ପାଣ୍ଡ୍ୟା ଫିଟ୍‌; ନ୍ୟୁଜିଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇପାରନ୍ତି

1 min read

ଦୁବାଇ: ଟି-୨୦ ବିଶ୍ବକପରେ ପ୍ରଥମ ମ୍ୟାଚ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବା ପାଇଁ ଜୋରଦାର କସରତ୍ କରୁଛି ବିରାଟ ବ୍ରିଗେଡ । ଏଥି ସହ ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲରେ ପରାଜୟ ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲର ପରାଜୟର ବଦଲା ନେବାକୁ ମଧ୍ୟ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ତେବେ ଏହି ବଡ଼ ମ୍ୟାଚ ପୂବର୍ରୁ ଭାରତକୁ ମିଳିଛି ଏକ ଆଶ୍ବସ୍ତିକର ଖବର । ଏହି ବିଗ୍ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂରା ଫିଟ୍ ଅଛନ୍ତି । ଏବଂ ନେଟ୍ସରେ ଦମଦାର ବୋଲିଂ ମଧ୍ୟ କରିଛନ୍ତି ହାର୍ଦ୍ଦିକ । ବୋଲିଂ କରୁଥିବା ସମୟରେ ବେସ୍ ଆକ୍ରମଣାତ୍ମକ ଢ଼ଙ୍ଗରେ ବୋଲିଂ ମଧ୍ୟ କରୁଥିଲେ ପାଣ୍ଡ୍ୟା । ଆଘାତ କାରଣରୁ କିଛି ଦିନ ହେବ ବୋଲିଂ କରୁନଥିଲେ ପାଣ୍ଡ୍ୟା । ଚଳିତ ଆଇପିଏଲରେ ବି ଗୋଟିଏ ଓଭର ବୋଲିଂ କରିନଥିଲେ ପାଣ୍ଡ୍ୟା । ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ମଧ୍ୟ ବୋଲିଂ କରିନଥିଲେ ହାର୍ଦ୍ଦିକ । ତେବେ ଆଶା କରାଯାଉଛି କି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରେ ବୋଲିଂ କରିପାରନ୍ତି ହାର୍ଦ୍ଦିକ ।

ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବୋଲିଂ ନ କରନ୍ତି ପାଣ୍ଡ୍ୟା ତାହାଲେ ସେ ଚୁଡାନ୍ତ ଏକାଦଶରେ ଖେଳିବା ସମ୍ଭାବନା କମ୍ ।  କାହିଁକି ନା ହାର୍ଦ୍ଦିକଙ୍କ ବ୍ୟାଟିଂ ଯଦି ଦେଖିବା ତାହାଲେ ତାଙ୍କ ଫର୍ମ ଉପରେ ଏବେବି ପ୍ରଶ୍ନବାଚୀ ଅଛି । ଅନ୍ୟପଟେ ଇଶାନ କିଶାନଙ୍କ ଦମଦାର ଫର୍ମରେ ରହିଛନ୍ତି । ତେଣୁ ହାର୍ଦ୍ଦିକଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ଯଦି ଆମେ ବୋଲିଂ କଥା କହିବା ତାହାଲେ ଭାରତ ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ଯଦି ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ମ୍ୟାଚରେ ଖେଳନ୍ତ ତାହାଲେ ତାଙ୍କୁ ବୋଲିଂ କରିବାକୁ ପଡ଼ିବ । ଯଦି ପାଣ୍ଡ୍ୟା ବୋଲିଂ ପାଇଁ ଫିଟ୍ ତାହାଲେ ରବିବାର ଭାରତ ନିଶ୍ଚିତ ଭାବରେ ଏକ ସନ୍ତୁଳିତ ଦଳ ନେଇ ପଡ଼ିଆକୁ ଓହ୍ଳାଇବ ।

 

Leave a Reply