spot_img

Latest Posts

ବିସିସିଆଇ ନିର୍ଦ୍ଦେଶ ମାନିଲେନି ପାଣ୍ଡ୍ୟା: ଯାହା କରିବାକୁ ଥିଲା ମନା, ପଡ଼ିଆରେ କଲେ ସେହି କାମ

ବିସିସିଆଇ ନିର୍ଦ୍ଦେଶ ମାନିଲେନି ପାଣ୍ଡ୍ୟା: ଯାହା କରିବାକୁ ଥିଲା ମନା, ପଡ଼ିଆରେ କଲେ ସେହି କାମ

ନନ୍ଦିଘୋଷ ବ୍ୟୁରୋ:ବିଜୟ ହଜାରେ ଟ୍ରଫି ଚାଲିଛି । ଆଉ ଏଥିରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ରନ୍ ବର୍ଷା ହେବାରେ ଲାଗିଛି । ଚଣ୍ଡିଗଡ଼ ବିପକ୍ଷରେ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବରୋଦା ୩୯୧ ରନ୍ କରିଥିଲା । ଯାହାର ଜବାବରେ ଚଣ୍ଡିଗଡ଼ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପାଣ୍ଡ୍ୟା ୩୧ ବଲ ଖେଳି ୭୫ ରନ୍ କରିଥିଲେ । ଏଥିରେ ୯ଟି ଛକା ଓ ୨ଟି ଚୌକା ଥିଲା । ମ୍ୟାଚରେ ତାଙ୍କ ଷ୍ଟ୍ରାଇକ ରେଟ୍ ୨୪୦ରୁ ଅଧିକ ଥିଲା । ହେଲେ ଏହାପରେ ପାଣ୍ଡ୍ୟା ପଡ଼ିଆରେ ଏମିତି କିଛି କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ବିସିସିଆଇର ଅନୁମତି ନଥିଲା ।

ବିସିସିଆଇ କଥା ମାନିଲେନି

ବାଟିଂରେ ୭୫ ରନ କରିବା ପରେ ପାଣ୍ଡ୍ୟା ବୋଲିଂ କରିବାକୁ ବି ଆସିଥିଲେ । ଆଉ କୋଟାର ପୂରା ୧୦ ଓଭର ବୋଲିଂ କରିଦେଲେ । ଆଉ ଏହି ୧୦ ଓଭାରରେ ୬୬ ରନ୍ ଦେଇ ୩ଟି ଓ୍ବେକେଟ ବି ନେଲେ । ହେଲେ ଖବର ଅନୁସାରେ ପାଣ୍ଡ୍ୟାଙ୍କୁ ବିସିସିଆଇ ସିଓଇ ବୋଲିଂ ଅନୁମତି ଦେଇ ନଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ବେଳେ ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା ପାଣ୍ଡ୍ୟା ୧୦ ଓଭର ବୋଲିଂ କରିବାକୁ ଫିଟ୍ ନାହାନ୍ତି । ହେଲେ ବିଜୟ ହଜାରେ ଟ୍ରଫିରେ ସେ କୋଟାର ସମସ୍ତ ୧୦ ଓଭର କରିଦେଲେ । ସିଓଇ ଟି-୨୦ ବିଶ୍ବକପ ପାଇଁ ପାଣ୍ଡ୍ୟାଙ୍କୁ ଗୁରୁତ୍ବ ଦେଉଛନ୍ତି । ସେ କୌଣସି ଆଘାତ ସମସ୍ୟାରେ ଯେମିତି ନପଡ଼ନ୍ତି ତା’ଉପରେ ବିସିସିଆଇ ନଜର ରଖିଛି । ହେଲେ ବିଜୟ ହଜାରେ ଟ୍ରଫିରେ ସେ ସବୁ ନିର୍ଦ୍ଦେଶକୁ ଫୁ କରି ୧୦ ଓଭର ବୋଲିଂ କରିଦେଇଛନ୍ତି । ଯାହାକୁ ନେଇ ବିସିସିଆଇ ପାଖରେ ତାଙ୍କୁ କୈଫତ ବି ଦେବାକୁ ପଡ଼ିପାରେ । ଏପରି ବି କୁହାଯାଉଛି, ଏଥିପାଇଁ ସେ ବିସିସିଆଇର ଅନୁମତି ନେଇଥାଇ ପାରନ୍ତି ।

ବିଜୟ ହଜାରେ ଟ୍ରଫିରେ କମାଲ

ବିଜୟ ହଜାରେ ଟ୍ରଫିରେ ପାଣ୍ଡ୍ୟାଙ୍କ କମାଲ ଦେଖିବାକୁ ମିଳୁଛି । ଚଣ୍ଡିଗଡ଼ ବିପକ୍ଷରେ ୭୫ ରନ କରିଥିବା ବେଳେ ବିଦର୍ଭ ବିପକ୍ଷରେ ୧୩୩ ରନ୍ କରିଥିଲେ । ଗତ ଦୁଇଟି ମ୍ୟାଚରେ ସେ ୨୦ଟି ଛକା ମାରିଛନ୍ତି । ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ଟି-୨୦ ସିରିଜ ଖେଳୁଥିବାର ଦେଖିବାକୁ ମିଳିବ ।

Latest Posts

Don't Miss