ଆପ୍ ପକ୍ଷରୁ ରାଜ୍ୟସଭା ଯିବେ ହରଭଜନ ସିଂହ!

ଚଣ୍ଡିଗଡ଼: ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ହିଁ ଭଗଓ୍ୱନ୍ତ ମାନ୍ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ କ୍ରୀଡାକୁ ଏକ ବଡ଼ ଉତ୍ସାହ ଦିଆଯିବ । ଏହା ସହ ଜଲନ୍ଧରରେ ମଧ୍ୟ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ।

ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ମିଳିବ । ତେବେ ଏହି ୫ଟି ଆସନ ମଧ୍ୟରୁ ପ୍ରଥମ ନାମ ହରଭଜନ ସିଂ ଅଟେ । ଏନେଇ ଖୁବଶୀଘ୍ର ଅରବିନ୍ଦ କେଜ୍ରୀଓ୍ୱାଲ ତାଙ୍କ ନାମ ଘୋଷଣା କରିପାରନ୍ତି । ଭଗଓ୍ୱନ୍ତ ମାନ୍ ଓ ହରଭଜନ ସିଂହ ଭଲ ବନ୍ଧୁ ଅଟନ୍ତି । ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ହରଭଜନ ସିଂ ଟ୍ୱିଟ କରି ଭଗଓ୍ୱନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବିଜୟ ପରେ ହରଭଜନ ଟ୍ୱିଟ କରି କହିଥିଲେ କି ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋର ବନ୍ଧୁ ଭଗଓ୍ୱନ୍ତ ମାନଙ୍କୁ ମଧ୍ୟ ଶୁଭେଚ୍ଛା ।

ପଞ୍ଜାବ ନିର୍ବାଚନ କଥା ଯଦି କହିବା ତାହାଲେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଲାଭ କରିଥିଲା । ପ୍ରଥମ ଥର ପାଇଁ ପଞ୍ଜାବରେ ଆପ୍ ସରକାର ଗଢ଼ିଛି । ପଞ୍ଜାବରେ ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆପ୍ ।