‘ମୋ କ୍ୟାରିଅରରେ ବହୁତ ଭିଲେନ୍’, ଧୋନିଙ୍କ ପରେ BCCIକୁ ଭଜିଙ୍କ ଟାର୍ଗେଟ୍

1 min read
Harbhajan Singh Blames On BCCI Officials And MS Dhoni

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ହରଭଜନ ସିଂହ ମୁହଁ ଖୋଲିବାରେ ଲାଗିଛନ୍ତି । ଭଜି ପ୍ରଥମେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟାର୍ଗେଟ୍ କରିଛନ୍ତି । ଅଭିଯୋଗ କରିଛନ୍ତି, ତାଙ୍କୁ କାହିଁକି ଦଳରୁ ବାହାର କରାଗଲା ସେନେଇ କିଛି କାରଣ କୁହାଯାଇ ନାହିଁ ।

ଏବେ ପୁଣି ଥରେ ଭଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର ଅଧିକାରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସେ ସମୟରେ ବିସିସିଆଇର କିଛି ଅଧିକାରୀ ଚାହୁଁନଥିଲେ ମୁଁ ଦଳକୁ ଫେରେ । ସେତେବେଳେ ଧୋନି ଦଳର ଅଧିନାୟକ ଥିଲେ । ସେ ମଧ୍ୟ ବିସିସିଆଇ ଅଧିକାରୀଙ୍କୁ ସମର୍ଥନ କରିଥିଲେ । ଯଦି କେବେ ମୋ ବାୟୋପିକ୍ ଫିଲ୍ମ କିମ୍ବା ୱେବ୍ ସିରିଜ୍ ନିର୍ମାଣ ହୁଏ ତ ସେଥିରେ ଜଣେ କେହି ନୁହେଁ ଅନେକ ଭିଲେନ୍ ରହିବେ ।

Harbhajan Singh Blames On BCCI Officials And MS Dhoni

ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି, ଭାଗ୍ୟ ସବୁବେଳେ ମୋ ସାଥ୍ ଦେଇଥିଲା । କେବଳ କିଛି ବାହାର ଶକ୍ତି ଯିଏ ମୋ ସହିତ ନଥିଲେ । କହିବାକୁ ଗଲେ ସେମାନେ ମୋ ବିରୋଧରେ ଥିଲେ । ଏହାର କାରଣ ଥିଲା ମୋ ବୋଲିଂକୁ ନେଇ ମୁଁ ଆଗକୁ ବଢ଼ୁଥିଲି । ମୁଁ ୩୧ ବର୍ଷର ହୋଇଥିବା ବେଳେ ୪୦୦ ୱିକେଟ୍ ନେଇଥିଲି । ସେତେବେଳେ ଆଉ ୪ରୁ ୫ ବର୍ଷ ଖେଳିବି ବୋଲି ଭାବୁଥିଲି । ଯଦି ସମ୍ଭବ ହୋଇଥାନ୍ତା ତ ମୁଁ ଆଉ ୧୦୦ରୁ ୧୫୦ ୱିକେଟ୍ ନେଇ ପାରିଥାନ୍ତି ।

ଭଜି କହିଛନ୍ତି, ସେତେବେଳେ ଧୋନି ଦଳର ନେତୃତ୍ୱ ନେଉଥିଲେ । ମୋ ଅନୁସାରେ, ସବୁକିଛି ଧୋନିଙ୍କ ହାତରେ ଥିଲା । ବିସିସିଆଇର କିଛି ଅଧିକାରୀ ଚାହୁଁନଥିଲେ ମୁଁ ଆଗକୁ ଖେଳେ । ସେତେବେଳେ ଧୋନି ବି ଏହାର ସମର୍ଥନ କରିଥିଲେ । ତେବେ ଅଧିନାୟକ, କୋଚ୍ ଅବା ଟିମ୍ ବିସିସିଆଇ ଠାରୁ ବଡ଼ ନୁହଁନ୍ତି ।

Leave a Reply