ଏସବିଆଇର ଏହି ସ୍କିମ୍ ପ୍ରତି ଘରକୁ କରିଦେବ ଲକ୍ଷପତି: ବୟସ୍କ ଓ ଛୋଟପିଲାଙ୍କ ପାଇଁ ରହିଛି ଅନେକ କିଛି

1 min read

ନନ୍ଦିଘୋଷ ବ୍ୟୁରୋ: ଭବିଷ୍ୟତର ଆର୍ଥିକ ଆବଶ୍ୟକତାକୁ ପୂରା କରିବା ପାଇଁ ଏସବିଆଇ ଏକ ଖାସ୍ ସ୍କିମ୍ ନେଇ ଆସିଛି । ଏହି ଜମା ଯୋଜନାର ନାମ ‘ହର ଘର ଲକ୍ଷପତି’ ରଖାଯାଇଛି । ନିମ୍ନ ମଧ୍ୟବିତ ଓ ତା’ଠାରୁ ଉପର ଆୟ ଶ୍ରେଣୀର ପରିବାରର ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏସବିଆଇ ଏହି RD ସ୍କିମ୍ ନେଇ ଆସିଛି । ଏହାଛଡ଼ା  ବୟସ୍କଙ୍କ ପାଇଁ ମଧ୍ୟ ଏସବିଆଇ ପ୍ୟାଟ୍ରନ ନାମକ ଏକ ନୂଆ ଯୋଜନା ଲଞ୍ଚ କରିଛି । ଗତ ୩ ତାରିଖ ଦିନ ଏକ ପ୍ରେସ ରିଲିଜ୍ ଜରିଆରେ ଏହି ଦୁଇ ସ୍କିମ ବାବଦରେ ସୂଚନା ଦିଆଯାଇଛି ।

ହର ଘର ଲକ୍ଷପତି ଯୋଜନାରେ ଗ୍ରାହକମାନେ ଏକ ଖାସ୍ ରାଶି ଜମା କଲେ ଧାର୍ଯ୍ୟ ସମୟରେ ଏକ ଲକ୍ଷ ବା ତା’ର ମଲ୍ଟିପୁଲରେ ଆମାଉଣ୍ଟ ଜମା କରିବା ପାଇଁ ଡିଜାଇନ କରାଯାଇଛି ।  ଛୋଟପିଲାଙ୍କୁ ଆରମ୍ଭରୁ ସଞ୍ଚୟ ଅଭ୍ୟାସ କରାଇବା ଓ ଫାଇନାନ୍ସିଆଲ ପ୍ଲାନିଂର ଟ୍ରେନିଂ ଦେବା ପାଇଁ ଏହି ସ୍କିମକୁ ପ୍ରସ୍ତୁତ କରାଯାଇଛି । ଏସବିଆଇ ପ୍ୟାଟ୍ରନ ସ୍କିମକୁ ଖାସ୍ ଭାବେ ବୟସ୍କଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସ୍ଥାୟୀ ଜମା ଏସବିଆର ନୂଆ ଓ ପୁରୁଣା ଉଭୟ ପ୍ରକାରର ଗ୍ରାହକଙ୍କ ପାଇଁ ଅଟେ । ଇନୋଭେସନ ଜରିଆରେ ଡିପୋଜିଟ କ୍ଷେତ୍ରରେ ବଜାରରେ ନିଜର ଲିଡରଶିପକୁ କାଏମ୍ ରଖିବା ହେଉଛି ଏହି ସ୍କିମ ଲଞ୍ଚ କରିବାର ଉଦ୍ଦେଶ୍ୟ । ଲକ୍ଷ୍ୟ ଆଧାରିତ ଫାଇନାନ୍ସିଆଲ ପ୍ରଡକ୍ଟ ପ୍ରସ୍ତୁତ କରିବା ଓ ଗ୍ରାହକଙ୍କ ସ୍ବପ୍ନକୁ ବିସ୍ତାର କରିବା ଆମର ଉଦ୍ଦେଶ୍ୟ ବୋଲି ଏସବିଆଇ ଅଧ୍ୟକ୍ଷ ସିଏସ ଶେଟ୍ଟୀ କହିଛନ୍ତି ।

ଏସବିଆଇ ତରଫରୁ ବୟସ୍କଙ୍କ ପାଇଁ ଏସବିଆଇ ଓ୍ବି-କେୟର ସ୍କିମ ପୂର୍ବରୁ ଲଞ୍ଚ ହୋଇ ସାରିଛି । ୫ରୁ ୧୦ ବର୍ଷୀୟ ଅବଧି ପାଇଁ ଏହି ଜମା ଯୋଜନାରେ ୭.୫ ପ୍ରତିଶତର ସୁଧହାର ରହିଛି । ସେହିପରି ଏସବିଆଇର ୪୪୪ ଦିନିଆ ଏଫଡି ସ୍କିମରେ ୭.୭୫ ପ୍ରତିଶତ ସୁଧ ହାର ଅଫର କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଉପଲବ୍ଧ ରହିବ ।