ଧରାବତରଣ କରିଛି ୨୦୨୧: ଦୂର ହେଉ ଭୂତାଣୁର ଭୟ, ଶୀଘ୍ର ଆସୁ ଭ୍ୟାକ୍ସିନ୍

ଭୁବନେଶ୍ୱର: ଆରମ୍ଭ ହୋଇଛି ନବବର୍ଷ ୨୦୨୧ । ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି ନବବର୍ଷ। ନୂଆବର୍ଷକୁ ନେଇ ସଭିଙ୍କ ମନରେ ରହିଛି ଉଲ୍ଲାସ। କରୋନା କଟକଣା ଭିତରେ ୨୦୨୦କୁ ବିଦାୟ ଦେଇ ସଭିଏଁ ୨୦୨୧କୁ କରିଛନ୍ତି ଜୋରଦାର ସ୍ବାଗତ। ଘରେ ରହି ନିଜ ପରିବାର ସହିତ କେହି କେହି ନବ ବର୍ଷ ପାଳିଥିବା ବେଳେ ଅନେକ ନିଜର ବନ୍ଧୁମାନଙ୍କ ଗହଣରେ ପାଳିଥିଲେ ନୂଆବର୍ଷ। ଆଉ ଯେଭଳି ଭୂତାଣୁର ଭୟ ନ ରହିବ ସେନେଇ ସମସ୍ତେ ଆଶା ବାନ୍ଧିଛନ୍ତି।

ନୂଆବର୍ଷ ୨୦୨୧କୁ ସ୍ବାଗତ କରିଛି ବର୍ଷର ପ୍ରଥମ ସୂର୍ଯ୍ୟଦୟ  । ନିଜ ସ୍ବଣ୍ଣିମ କିରଣରେ ଆଣିଛି ନୂଆା ଆଶା, ଆକାଂକ୍ଷା, ସମ୍ଭାବନା, ନୂତନ ଆଲୋକର ଆଶ୍ୱାସନା   । ଏହି ସୁନେଲି ସମ୍ଭାରରେ ସାମିଲ ହୋଇଛି ଆଉ ଏକ ସଭ୍ୟତାର ବର୍ଷ  । ସୂର୍ଯ୍ୟଙ୍କ ପହିଲି  କିରଣ ସହ ଯବନିକା ପଡିଛି ସବୁକିଛିର । ଗୋଟାଏ ଅନୁଛେଦର, ଗୋଟାଏ ବର୍ଷର । ସବୁ ଯେମିତି ପୋଛି ନେଇଛି ଏହି ନୂତନ ବର୍ଷର ପ୍ରଥମ ସୂର୍ଯ୍ୟଦୟ । ତେବେ ଏହି ବର୍ଷକୁ ଜୋରସୋରରେ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଆଉ ଆଶା ରଖିଛନ୍ତି, କେବେ ନଆସୁ କରୋନା ମହାମାରୀ ଭଳି ବିପତ୍ତି । କେବେ ନହେଉ ଦୋକାନରୁ ଦେବାଳୟ ବନ୍ଦର ତାଡ଼ନା । କେବେ ନଆସୁ ଅସମୟରେ ବିପତ୍ତି ଏବଂ କେବେ ନ ଆସୁ କଳାବାଦଲର କଳା ଛାୟା  । ମଙ୍ଗଳମୟ ହେଉ ଏବଂ ସର୍ବାର୍ଶୀବାଦ ହେଉ ବର୍ଷ ଏକୋଇଶ । ଏହି ଅବସରରେ ନନ୍ଦିଘୋଷ ଟିଭି ଡିଜିଟାଲ ଟିମ୍ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅଜସ୍ର ଶୁଭକାମନା ।

Leave a Reply