ଆଜି କମଲ ହାସନଙ୍କ ଜନ୍ମଦିନ, ଜାଣନ୍ତୁ କମଲଙ୍କ ଜୀବନର କିଛି ଅନାଲୋଚିତ ଅଧ୍ୟାୟ

1 min read

ଅଭିନେତାରୁ ନେତା ପାଲଟିଥିବା କମଲ୍ ହାସନଙ୍କର ଆଜି ହେଉଛି ଜନ୍ମଦିନ । ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି କମଲ୍ । ଅଭିନୟ ଦୁନିଆରେ ସେ ଯେତିକି ଚର୍ଚ୍ଚିତ ରାଜନୈତିକ କ୍ୟାରିୟରରେ ବି ତା ଠାରୁ ଅଧିକ ସକ୍ରିୟ  । କେବଳ ଟଲିଉଡ୍ ନୁହେଁ ବଲିଉଡ ଜଗତରେ ବି ସେ ବେଶ୍ ଜଣାଶୁଣା  । “ସଦମା” ରୁ ନେଇ “ଚାଚି 420” ସବୁଥିରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି  । ଖାସ୍ କରି ସାଉଥ୍ ଫିଲ୍ମରେ ବି ଜଣେ ନାଁ କରା ଅଭିନେତା ଅଟନ୍ତି କମଲ୍   ।

କମଲଙ୍କ ବିଷୟରେ କିଛି ଅଜଣା କଥା

୧୯୫୪ ମସିହା ନଭେମ୍ବର ୭ ତାରିଖରେ ତାମିଲନାଡୁର ପାରାମାକୁଡିରେ ଜନ୍ମଗ୍ରହଣ କରିଥିଲେ କମଲ୍  ।  “କଲାଥୁର କୋନମ୍ମା ” ଫିଲ୍ମରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ  । ଏହା ଥିଲା ତାଙ୍କର ପ୍ରଥମ ଫିଲ୍ମ  । ଆଉ ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁକଳାକାର ଭାବେ ରାଷ୍ଟ୍ରପତି ପୁରସ୍କାର ବି ମିଳିଥିଲା  ।

ନିଜ କ୍ୟାରିୟରକୁ ନେଇ କମଲ୍ ଯେତିକି ଚର୍ଚ୍ଚାରେ ସେତିକି ଚର୍ଚ୍ଚା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ  । ତାଙ୍କ ଜୀବନରେ ଅନେକ ଝିଅ ଆସିଥିବାବେଳେ ସେ ସବୁ ପ୍ରେମ କାହାଣୀ ବେଶୀଦିନ ତିଷ୍ଠି ପାରିନଥିଲା  । ଅଭିନେତ୍ରୀ ଶ୍ରୀବିଦ୍ୟା, ଡ୍ୟାନ୍ସର୍ ବାଣୀ ଗଣପତି, ଗୁଜରାଟୀ ଅଭିନେତ୍ରୀ ସାରିକାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  । କିନ୍ତୁ ସେ ସବୁ ପ୍ରେମ ରହିଗଲା ଅଧା ଅଧୁରା  । ଏମିତିକି ସାରିକାଙ୍କ ସହ କମଲ୍ ଲିଭ୍ -ଇନ୍ ରେ ରହିଥିବା ନଜିର୍ ରହିଛି  ।

 

ପରେ ୧୯୭୮ରେ ସେ ବାଣୀ ଗଣପତିଙ୍କୁ ବିବାହ କରିଥିଲେ  । ଆଉ ଏହି ବୈବାହିକ ଜୀବନରେ ବି ସେ ଖୁସି ବେଶୀ ଦିନ ତିଷ୍ଠି ନଥିଲା  । ବାହାଘରର ୧୦ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା  । ପରେ  ହାସନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଲା ଅଭିନେତ୍ରୀ ଗୌତମୀଙ୍କ ସହ  । କିଛି ବର୍ଷ ପରେ ନିଜେ ଗୌତମୀ ହସନଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କହିଥିଲେ । ୧୩ ବର୍ଷ ଯାଏଁ ଗୌତମୀଙ୍କ ସହ ହାସନଙ୍କ ରିଲେସନସିପ୍ ଚାଲିପାରିଥିଲା  ।

ଇତି ମଧ୍ୟରେ ହସନଙ୍କ ଦୁଇ ଝିଅ ଶ୍ରୁତି ହସନ୍ ଏବଂ ଅକ୍ଷରା ହାସନ୍ ବଲିଉଡରେ ବେଶ ନାଁ କମେଇଛନ୍ତି । ଶ୍ରୁତି ଆଗ ଧାଡିର ଅଭିନେତ୍ରୀ ଥିବା ବେଳେ ଅକ୍ଷରା ଫିଲ୍ମ ନିର୍ଦ୍ଦେଶକ ।  ଦୁହେଁ ବାପା କମଲ୍ ହସନଙ୍କ ସହ ରହୁଥିବା ଜଣାପଡିଛି । ଶ୍ରୁତି ଆଉ ଅକ୍ଷରା ହେଉଛନ୍ତି ସାରିକାଙ୍କ ଝିଅ ।

  ')}

Leave a Reply