ହାପି ବର୍ଥଡ଼େ ସୁସ୍ମିତା

1 min read

ତୁମସେ ମିଲକେ ଦିଲକା ୟେ ଜୋ ହାଲ କ୍ୟା କରେ….. । ବଲିଉଡ଼ ସେନସେସନ ସୁସ୍ମିତା ସେନଙ୍କର ଆଜି ହେଉଛି ଜନ୍ମଦିନ  । ୧୯ ନଭେମ୍ବର ୧୯୭୫ରେ ଜନ୍ମ ହେଇଥିବା ଏ ଡ଼ିଭା ୪୪ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ ସୁସ୍ମିତାଙ୍କୁ  ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ସତ, ହେଲେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ।

ବୟସ ବଢିବା ସହିତ  କେମିତି ବଢିଚାଲିଛି ସୁସ୍ମିତାଙ୍କ ସୁନ୍ଦରତା? ପ୍ରଶଂସକଙ୍କ କହିବା କଥା ଦିନକୁ ଦିନ ଅଧିକରୁ ଅଧିକ ସୁନ୍ଦର ଲାଗୁଛନ୍ତି  ସୁସ୍ମିତା । ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟେଲ ହାତେଇଥିବା ସୁସ୍ମିତା କୁହନ୍ତି ତାଙ୍କ ପାଇଁ ଖୁସିହେବାର ପ୍ରମୁଖ କାରଣ ଏବଂ ଜୀବନର ସର୍ବାଧିକ ପ୍ରାଥମିକତା ସବୁବେଳେ ତାଙ୍କ ପରିବାର ରହିଆସିଛି ।

୧୯୯୬ରେ ହିନ୍ଦୀ ଫିଲ୍ମ ‘ଦସ୍ତକ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସୁସ୍ମିତା ଆଉ ପଛକୁ ଫେରି ଚାହିଁ ନାହାନ୍ତି  । ଦୁଇ ଝିଅଙ୍କୁ ଆଡ଼ପ୍ଟ କରିଥିବା ସୁସ୍ମିତା ସିଙ୍ଗଲ ପେରେଣ୍ଟ ହିସାବରେ ନିଜ ଜୀବନକୁ ମନ ଖୋଲି ଉପଭୋଗ କରୁଥିବା ଦେଖିବାକୁ ମିଳେ  । ରିସେଣ୍ଟଲି ମଡ଼େଲ ରୋହମନ ଶୋଲଙ୍କୁ ଡ଼େଟ କରୁଥିବା ସୁସ୍ମିତା ବିଟାଉନରେ ଚର୍ଚ୍ଚିତ 

 

')}

Leave a Reply