ରାହୁଲ ଦ୍ରାବିଡଙ୍କ ଜନ୍ମଦିନରେ ଜାଣନ୍ତୁ ଆଜି ପର୍ଯ୍ୟନ୍ତ ଭାଙ୍ଗିନଥିବା ତାଙ୍କ ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଆଜି ହେଉଛି ଜନ୍ମଦିନ । ୫୧ତମ ଜନ୍ମଦିନ ପାଳୁଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ । ୧୨ ବର୍ଷ ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଦ୍ରାବିଡଙ୍କ ,ଭଳି ଅନେକ ରେକର୍ଡ ରହିଛି ଯାହାକି ଆଜି ପର୍ଯନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିପାରିନାହାନ୍ତି । ଦ୍ରାବିଡଙ୍କ ଟେଷ୍ଟ କ୍ରିକେଟରେ ଏଭଳି ରେକର୍ଡ କରିଛନ୍ତି ଯାହାକି ଆଜି ମଧ୍ୟ ଉଜ୍ଜିବିତ । ରାହୁଲ ଦ୍ରାବିଡ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏକି, ବିଶ୍ବର ଟେଷ୍ଟ ଖେଳୁଥିବା ୧୦ ଦେଶରେ ଶତକ ହାସଲ କରିଛନ୍ତି । ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍, ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଜିମ୍ବାଓ୍ବେ, ଦକ୍ଷିଣ ଆଫ୍ରିକା ଏବଂ ଭାରତରେ ମଧ୍ୟ ସେ ଶତକ ହାସଲ କରିଛନ୍ତି । ଏହାଛଡ଼ା ଟେଷ୍ଟ କ୍ରିକେଟରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୧୦ ହଜାରରୁ ଅଧିକ ରନ କରିଛନ୍ତି । ତିନି ନମ୍ବରରେ ବ୍ୟାଟିଂ କରି ଦ୍ରାବିଡ ୨୮ ଶତକ ହାସଲ କରିଛନ୍ତି ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ ଖେଳି ଖାତା ଖୋଲିବାର ରେକର୍ଡ । ୪୧ ବଲ ଖେଳି ଦ୍ରାବିଡ ନିଜର ପ୍ରଥମ ରନ ସଂଗ୍ରହ କରିଥିଲେ । ମେଲବର୍ଣ୍ଣରେ ସେ ୪୧ ବଲରେ ପ୍ରଥମ ସ୍କୋର କରିଥିବାବେଳେ ଦର୍ଶକମାନେ ଶତକ ମାରିବା ଭଳି ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ । ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ ଖେଳିବାର ରେକର୍ଡ ମଧ୍ୟ ଦ୍ରାବିଡଙ୍କ ନାମରେ ରହିଛି । ୩୧, ୨୫୮  ବଲ ଖେଳିଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୨୯,୪୩୭ ବଲ ଖେଳିଛନ୍ତି । ଦ୍ରାବିଡ ପ୍ରଥମ ଅଣଅଷ୍ଟ୍ରେଲିୟ ଖେଳାଳିଭାବେ ସାର ବ୍ରାଡମ୍ୟାନ ଓରସନ ସମ୍ମାନ ଗ୍ରହଣ କରିଛନ୍ତି । ୨୦୦୬ ମସିହାରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ବରେ ଭାରତ ପ୍ରଥମ ଟେଷ୍ଟ ଜିତିଥିଲା । ୧୯୮୬ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ବରେ ଭାରତ ପ୍ରଥମଥର ଜିତିଥିଲା । ମାତ୍ର ଏହାପରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ବରେ ଭାରତ ଜିତିଥିଲା । ଏବେ ନିକଟରେ ରୋହିତଙ୍କ ଅଧିନାୟକତ୍ବରେ ଦଳ ମ୍ୟାଚ ଜିତିଛି ।