spot_img

Latest Posts

ଅଧ୍ୟାପକରୁ ରାଜ୍ୟପାଳ, ୭୯ ବର୍ଷରେ ଗଣେଶୀ ଲାଲ

ଭୁବନେଶ୍ବର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଜି ଶୁଭ ଜନ୍ମଦିନ । ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ରାଜନେତା । ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି । ଓଡିଶାର ମହାମହିମ ରାଜ୍ୟପାଳ 1 ମାର୍ଚ୍ଚ 1942ରେ ହରିୟାଣାର ସିର୍ସା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେହିପରି FA, BA ଏବଂ MAରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।

ସେହିପରି ଶିକ୍ଷା ସମାପ୍ତ କରିବା ପରେ ସେ ଏକାଡ଼େମିକ ବୃତ୍ତିରେ ଯୋଗ ଦେଇଥିଲେ 1964 ରୁ 1990 ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। 1975–76 ମସିହାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ କାରାବରଣ କରିଥିଲେ । ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ, ପ୍ରଫେସର ଗଣେଶୀ ଲାଲ୍ । 1990 ରେ ଗଣେଣୀ ଲାଲ ଶିକ୍ଷାଦାନରୁ ଇସ୍ତଫା ଦେଇଥିଲେ । 1996 ମସିହାରେ ନିର୍ବାଚନ ଲଢି ସିର୍ସା ଆସନରୁ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ
ହରିୟାଣାର ମୁଖ୍ୟମନ୍ତ୍ରୀ ବଂଶିଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ସେହିପରି ଶ୍ରମ ଏବଂ ରୋଜଗାର, ଖାଦ୍ୟଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ତାଙ୍କ ଅଧୀନରେ ରହିଥିଲା । 29 ମଇ 2018 ମସିହାରୁ ସେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ । ରାଜନେତା ହେଲେ ମଧ୍ୟ ସେ ଲେଖାଲେଖିରେ ରୁଚି ରଖିଥାନ୍ତି
“Geeta”- The Unattached Attachment ନାମରେ ଏକ ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକଟି ପାଠକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି ।

Latest Posts

Don't Miss