୮୫ ବର୍ଷରେ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର

1 min read

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଏହି ଅଭିନେତା ଜଣକ ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ।

ଯିଏକି ନିଜର ବଳିଷ୍ଠ ଅଭିନୟ ତଥା ନିଆରା ଅନ୍ଦାଜ ଲାଗି ବଲିଉଡ ଜଗତରେ ରାଜ କରିଥିଲେ । ସେ ନିଜ କ୍ୟାରିୟର ପାଇଁ ଯେତିକି ସଂଘର୍ଷ କରିଥିଲେ, ତା’ଠୁ ଅଧିକ ଚର୍ଚ୍ଚାରେ ଥିଲେ ନିଜ ପ୍ରେମ ସମ୍ପର୍କ ପାଇଁ । ଏକଦା ବଲିଉଡର ଡ୍ରିମ୍ ଗାର୍ଲ ହେମା ମାଲିନିଙ୍କ ସହ ତାଙ୍କର ପ୍ରେମ କାହାଣୀ କୗେଣସି ଫିଲ୍ମର କାହାଣୀ ଠାରୁ କମ୍ ନଥିଲା ।

ଡ୍ରିମ୍ ଗାର୍ଲ ହେମାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସୁପରଷ୍ଟାରଙ୍କ ହୃଦୟ ଧଡକୁଥିଲା । ଏପରିକି ସେମାନେ ତାଙ୍କୁ ଜୀବନସାଥି କରିବାକୁ ଚାହୁଁଥିଲେ । ହେଲେ ଏଥିରେ ବାଜିମାତ୍ କରି ନେଇଥିଲେ ଧର୍ମେନ୍ଦ୍ର ।

ବଲିଉଡର ଏହି ହି-ମ୍ୟାନ୍ ଶୋଲେ, ଧରମବୀର, ପ୍ରତିଜ୍ଞା, ଅପନେ, ସୀତା ଓର୍ ଗୀତା, ତେହେଲକା, ଗଜବ, ଆଖେଁ, ୟମଲା ପଗଲା ଦିବାନା ଭଳି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ କିମିଆ କରିଥିଲେ ।

Leave a Reply