Hanuman Jayanti: କିଏ ଥିଲେ ହନୁମାନଙ୍କ ପିତା ? ଜାଣନ୍ତୁ ତାଙ୍କ ଜନ୍ମ ସମ୍ପର୍କରେ…

hanuman

ହନୁମାନଙ୍କ ଅଦ୍ଭୁତ ଶକ୍ତି ଓ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଥିବା ତାଙ୍କର ଭକ୍ତିକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି । ହେଲେ ଜାଣିଛନ୍ତି କି କିପରି ହୋଇଥିଲା ସଙ୍କଟମୋଚନ ହନୁମାନଙ୍କ ଜନ୍ମ । ଯାହାକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି । ହନୁମାନ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ…

କୁହାଯାଏ ହନୁମାନଙ୍କ ଜନ୍ମ ଏକ ବାନର ରୂପରେ ହାେଇଥିଲା । ଆଉ ତାଙ୍କ ମାତାଙ୍କ ଅଞ୍ଜନା ଜଣେ ଅପସରି ଥିଲେ। ଆଉ ଏକ ଅଭିଶାପ କାରଣରୁ ସେ ମର୍ତ୍ତ୍ୟରେ ବାନର ରୂପେ ଜନ୍ମ ହୋଇଥିଲେ। ଖାଲି ଏତିକି ନୁହେଁ ସେ ଜଣେ ବାନରକୁ ଜନ୍ମ ଦେବାପରେ ଶାପମୁକ୍ତ ହେବା ସଙ୍ଗେସଙ୍ଗେ ପୂର୍ବ ରୂପ ଫେରିପାଇବେ।

ବାଲ୍ମିକି ରାମାୟଣ ଅନୁଯାୟୀ ହନୁମାନଙ୍କ ପିତା କେଶରୀ ବୃହସ୍ପତିଙ୍କ ପୁତ୍ର ଥିଲେ। ଯିଏକି ସ୍ୱୟଂ ରାମଙ୍କ ସେନାରେ ମିଶି ରାବଣ ବିରୋଧରେ ଲଢେଇ କରିଥିଲେ । ଉଭୟ ଅଞ୍ଜନା ଓ କେଶରୀ ପୁତ୍ର ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ଆରାଧନା କରିଥିଲେ ଆଉ ତାଙ୍କ ଆଶିର୍ବାଦରୁ ପୁତ୍ର ଲାଭ ହୋଇଥିଲା । ଅନ୍ୟଏକ କାହାଣୀ ଅନୁସାରେ ଶିବଙ୍କ ଅବତାର ହେଉଛନ୍ତି ହନୁମାନ ।

ପୌରାଣିକ କଥା ଅନୁଯାୟୀ ବାୟୁ ଅଞ୍ଜନୀଙ୍କ କାନ ଦେଇ ଶରୀର ଭିତରେ ପ୍ରବେଶ କରିଥିଲେ ଯାହାପରେ ସେ ଗର୍ଭବତୀ ହୋଇଥିଲେ ।

ବିଷ୍ଣୁ ପୁରାଣ ଓ ନାରଦ ପୁରାଣ କଥାନୁସାରେ, ନାରଦ ଜଣେ ରାଜକୁମାରୀଙ୍କ ଉପରେ ବିମୋହିତ ହୋଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲେ । ଆଉ ତାଙ୍କୁ ହରିଙ୍କ ମୁଖମୁଣ୍ଡଳ ଦେବା ପାଇଁ ଅନୁରୋଧ କରିଥିଲେ । ହେଲେ ଭଗବାନ ବିଷ୍ଣୁ ନାରଦକୁ ତାଙ୍କ ରୂପ ବଦଳରେ ଏକ ବାନରର ରୂପ ଦେଇଥିଲେ ।

ସ୍ୱୟମ୍ବରରେ ଜଣେ ବାନରକୁ ଦେଖି ସମସ୍ତେ ହସିବାରେ ଲାଗିଥିଲେ । ପୂରା ସଭାରେ ନାରଦ ପାଇଥିବା ଅପମାନକୁ ସହିନପାରି ସେ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ । ଦିନେନା ଦିନେ ଭଗବାନ ବିଷ୍ଣୁଙ୍କୁ ଜଣେ ବାନର ଉପରେ ନିର୍ଭର କରିବାକୁ ପଡିବ ବୋଲି ଅଭିଶାପ ଦେଇ ବସିଲେ।

Leave a Reply

ନଜର ପକାନ୍ତୁ