ଘରୁ ମିଳିଲା ହନୁମାନ ପଇସା ସହ ବହୁ ପୁରୁଣା ଓ ତମ୍ବା ମୁଦ୍ରା

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ବନ୍ଧୁକ ସହ ତିନିଜଣଙ୍କୁ ଗିରଫ କରିଛି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ ।

ଚଢ଼ାଉ ସମୟରେ ଏସବୁ ସାମଗ୍ରୀକୁ ଜବତ କରାଯାଇଥିଲା । ତେବେ ଗିରଫ ତିନି ଅଭିଯୁକ୍ତ ଏଠାରେ ଏକ ରାକେଟ ଚଳାଉଥିବା ସହ ଗରିବ ଆଦିବାସୀଙ୍କୁ ନକଲି ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ନାଁରେ ଠକୁଥିଲେ । କେବଳ ସେତିକି ନୁହେଁ ଅଭିଯୁକ୍ତ ଠାରୁ ଏକ ହରିଣ ଚମଡା ମଧ୍ୟ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ ।

ତେବେ ଚଢ଼ାଉ ପରେ ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଥିବା ଅନୁମାନ କରୁଛି ପୋଲିସ । ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply