spot_img

Latest Posts

ହସ୍ପିଟାଲରେ କାନ୍ଦିଲେ ହଂସିତା; ରିମାଣ୍ଡରେ ଆଣିବା ପରେ ରହସ୍ୟରୁ ଉଠୁଛି ପର୍ଦ୍ଦା

ଭୁବନେଶ୍ୱର: କେତେ ରୂପ ! କେତେ ନାଁ ! କେତେ ସ୍ୱାମୀ ! ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ, ହର୍ଷିତା ମିଶ୍ର, ହଂସିତା ଅଭିଲିପ୍ସା। ଇଏ ଜଣିଏ ନାରୀ ହେଲେ ଠକେଇ ପାଇଁ ନାଁ ବଦଳାଇ ସ୍ୱାମୀ ଚୟନ କରୁଥିଲେ। ଆଉ ତା’ପରେ ବିଛାଉଥିଲେ ଜାଲ। ପୂରା ଅପରାଧରେ ପତ୍ନୀଙ୍କୁ କ୍ୟାରମ୍‌ ବୋର୍ଡର ରାଣୀ ସଜାଇଥିଲେ ସ୍ୱାମୀ ସରୋଜ ସାହୁ! ତାଙ୍କ ଇସାରାରେ ଶିକାର କରୁଥିଲେ ହଂସିତା! କାଲି ସରୋଜଙ୍କୁ କାବୁ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଏକଥା ଜାଣିବା ପରେ ହତବାକ ହୋଇଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌। ଆଜି ଦିନିକିଆ ରିମାଣ୍ଡରେ ଆସିବା ପରେ ଝାରପଡା ଜେଲରୁ ବାହାରି ସିଧାସଳଖ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ବଣ୍ଟି ଔର ବବଲି । ଆଉ ମେଡିକାଲ ଚେକ ଅପ ବେଳେ ସେମାନେ ଠକେଇ ବିଷୟରେ କିଛି ଜାଣିନଥିବା କହିଥିଲେ । ଏପରିକି ତାଙ୍କୁ ଫସାଯାଇଥିବା କ୍ୟାମେରା ଆଗରେ ହାତଯୋଡି କହିଥିଲେ ହଂସିତା ଓ ତାଙ୍କ କ୍ରାଇମ ପାର୍ଟନର ଅନୀଲ ।
ସ୍ପେଶାଲ କ୍ରାଇମ ୟୁନିଟ ଅଫିସରେ ପହଞ୍ଚିବା ପରେ ଦୁହିଁଙ୍କୁ ଝାଳବୁହା ଜେରା କରାଯାଇଥିଲା ।

ହଂସିତାଙ୍କର ରଘୁନାଥପୁର ସ୍ଥିତ ଆପାର୍ଟମେଣ୍ଟର ଦୁଇଟି ଟାୱାରରେ ରହିଛି ଫ୍ଲାଟ । କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ମୋଟ ୫ଟି ଦାମୀ ଫ୍ଲାଟ, ବ୍ୟାଙ୍କ ଆକାଉଣ୍ଟରେ ୨୨୮ କୋଟି ଟଙ୍କା, ୫ଟି ଦାମୀ କାର, ଲକରରେ ଥିବା ହୀରା ଅଳଙ୍କାର ସହ ମୋଟ ସ୍ଥାବର ସମ୍ପତ୍ତି ୮୦ ରୁ ୯୦ କୋଟି ଟଙ୍କା ଏଯାବତ ଠାବ କରିଛି ଆୟକର ବିଭାଗ। ୧୬ ଟି ସ୍ଥାନରେ ଏବେ ବି ଆଇଟି ରେଡ଼ ଜାରି ରହିଛି । ଡିଜିଟାଲ ଡୋର ଖୋଲି ଭିତରେ ପଶିବା ପରେ ନେତା, ମନ୍ତ୍ରୀ, ପ୍ରଶାସକ, ଠିକାଦାରଙ୍କ ଲିଙ୍କ ସହ ଦାମୀ ହୋଟେଲରେ ରହୁଥିବା ବେଳର କିଛି ବିଲ ପାଇଛି ପୋଲିସ ।

Latest Posts

Don't Miss