କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର: ଭୁବନେଶ୍ବର କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ । ଚନ୍ଦ୍ରଶେଖରପୁର ଡମଣାସ୍ଥିତ କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ମୃତଦେହ ଜବତ ହୋଇଛି । ଏକ ଆପାର୍ଟମେଣ୍ଟ ପଛପାଖେ ଥିବା ପାଇଖାନାରେ ଲୁହା ଶିକୁଳିରେ ମୃତଦେହ ଝୁଲୁଥିଲା । ମୃତକ ହେଲେ ଡମଣାର ଝିଲି ବେହେରା । ସେ ଦୁଇଦିନ ହେଲା ନିଖୋଜ ଥିଲେ ।

ନିଖୋଜ ଥିବାନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଝିଲିଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରାଯିବା ସହ ଆଖପାଖର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ ।