spot_img

Latest Posts

ହୋଟେଲ ରୁମ୍‌ରୁ ଉଦ୍ଧାର ହେଲା କର୍ଣ୍ଣାଟକ ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ହୋଟେଲ୍‌ ରୁମ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ କର୍ଣ୍ଣାଟକର ଶିବନାପା ଶିଦପ୍ପା ବାରୀ । ଝାରସୁଗୁଡ଼ା ରେଳ ଷ୍ଟେସନ୍‌ ଛକ ନିକଟରେ ଥିବା ରାଜଦୂତ ହୋଟେଲ୍‌ ରୁମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୨ତାରିଖରୁ ଯୁବକ ଜଣକ ହୋଟେଲରେ ରହୁଥିଲେ । କିନ୍ତୁ ରୁମ୍‌ଟି ଭିତରୁ ଲକ୍‌ ନଥିଲା ।

ରୁମ୍‌ ସଫା କରିବାକୁ ଆସିଥିବାବେଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ହୋଟେଲ୍‌ ଷ୍ଟାଫ୍‌ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଝାରସୁଗୁଡ଼ା ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ।

ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ଜବତ କରି ତଦନ୍ତ ଜାରି ରହିଛି । ମୃତକଙ୍କ ପକେଟରୁ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରାଯାଇ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Latest Posts

Don't Miss