ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଭିନ୍ନକ୍ଷମ ଶିବିରରେ କରାଯାଉଛି ଉପହାସ

ନନ୍ଦିଘୋଷ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଉପହାସ କରାଯାଉଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ାର ମୁନିଗୁଡ଼ା ବ୍ଲକରୁ । ଦିବ୍ୟାଙ୍ଗ ଚିହ୍ନଟ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲେ ବି ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ମନମାନି ଯୋଗୁ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

କିଏ ଅଭିନୟ କରୁଛି? ଦିବ୍ୟାଙ୍ଗ ନା ସରକାରୀ ବାବୁ । ଏପରି ଅଭିଯୋଗ ଆସିଛି ରାୟଗଡ଼ାର ମୁନିଗୁଡ଼ାରୁ । ଦିବ୍ୟାଙ୍ଗ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚିହ୍ନଟ କ୍ୟାମ୍ପ ଚାଲିଛି । ଯେଉଁ ବ୍ୟକ୍ତି ୮୦ ପ୍ରତିଶତ ଦିବ୍ୟାଙ୍ଗ ସେମାନଙ୍କୁ ଚିହ୍ନଟ କରାଯିବ । ହେଲେ ଚିହ୍ନଟ କରୁଥିବା ଅଭିଜ୍ଞ ଡାକ୍ତର ଦିବ୍ୟାଙ୍ଗଙ୍କୁ ଅଭିନୟ କରୁଥିବା କହି ଉପହାସ କରୁଛନ୍ତି ।

ସମ୍ପର୍କୀୟଙ୍କୁ କୋରାପୁଟ ପଠାଇ ଦେବାକୁ କୁହାଯାଉଛି। ନବେ ଓ ଶତ ପ୍ରତିଶତ ଦିବ୍ୟାଙ୍ଗ ୧୮ ଓ ୪୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ପ୍ରମାଣପତ୍ର ଦିଆଯାଉଥିବା ଅଭିଯୋଗ । ବ୍ଲକ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମନମାନିରେ ଚାଲିଛି ଦିବ୍ୟାଙ୍ଗ ଚିହ୍ନଟ ପ୍ରକ୍ରିୟା । ସରକାରୀ ତଥ୍ୟ ଅନୁସାରେ ମୁନିଗୁଡାରେ ୧ ହଜାର ୮୫ ଜଣ ଦିବ୍ୟାଙ୍ଗ ଭତ୍ତା ପାଉଥିବା ବେଳେ ସେଥିରୁ ମାତ୍ର ୧୮୨ ଜଣ ବର୍ଦ୍ଧିତ ଭତ୍ତା ପାଇଛନ୍ତି । ସାସ୍ଥ୍ୟ ବିଭାଗର ଟାଳଟୁଳ ନୀତି ଓ ଡାକ୍ତରବାବୁଙ୍କ ମନମାନି ଯୋଗୁ ଭିନ୍ନକ୍ଷମ ସରକାର ବର୍ଦ୍ଧିତ ଯୋଜନାରୁ ବାଦ ପଡି ଦୁର୍ବିସହ ଜୀବନ ବିତାଉଛନ୍ତି ।

ଏ ହେଉଛନ୍ତି ମୁନିଗୁଡ଼ା ବ୍ଲକ ଜଗଦଳପୁର ପଞ୍ଚାୟତ ସର୍ଗୀଗୁଡା ଗାଁର ୨୬ ବର୍ଷୀୟ ଟୁନା କୁସୁଲିଆ । ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ହାତ ଗୋଡ କାମ କରୁନି, କଥା ବି କହିପାରୁନାହାଁନ୍ତି । ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ନେଇ ଅଫଲାଇନରେ ତାଙ୍କୁ ପ୍ରମାଣ ପତ୍ର ମିଳିଛି । ହେଲେ ତାଙ୍କର ଆଧାରକାର୍ଡ ନ ଥିବାରୁ ଖାଉଟି ଯୋଜନାରେ ମିଳୁଥିବା ୫ କିଲୋ ଚାଉଳ ବନ୍ଦ କରିଦିଆଯାଇଛି । ବର୍ଦ୍ଧିତ ଭତ୍ତା ବି ପାଉନାହାନ୍ତି । ସେହିପରି ଅମ୍ବାଦଳା ପଞ୍ଚାୟତ ଇନ୍ଦିରାସାହିର ୨୩ ବର୍ଷୀୟ ସୁଲତାନ ସୁନା ଜନ୍ମରୁ ଦିବ୍ୟାଙ୍ଗ।

ଦୁଇଟି ଯାକ ଗୋଡ଼ କାମ କରୁନି କି  କଥା କହିପାରୁନାହାନ୍ତି । ନଥିବା ବେଳେ ପାଟିରେ କଥା କହିପାରୁନାହାଁନ୍ତି । ହେଲେ ତାଙ୍କୁ ଭିନ୍ନକ୍ଷମ ଶିବିରରେ ୪୦ ପ୍ରତିଶତର ପ୍ରମାଣ ପତ୍ର ଦିଆଯାଇଛି । ରଘୁବାରି ଗ୍ରାମର ବିଲମ୍ ସୁନାଙ୍କ ୪ବର୍ଷର ଶିଶୁ ପୁତ୍ର ରିହାନ ସୁନା, ଅମ୍ବାଦଳା ନୂଆପଡାର ବେଣୁଧର ଖୋସଲାଙ୍କ ୨୨ ବର୍ଷର ଝିଅ ଭବାନୀ ଖୋସଲା, ଇନ୍ଦିରା ସାହି ରାଜାରାମ ବାଥ୍ରାଙ୍କ ଝିଅ ଗୁପ୍ତେଶ୍ୱରୀ ବାଥ୍ରା ସମସ୍ତଙ୍କ ସମାନ ଅବସ୍ଥା । ସେମାନଙ୍କୁ ଯଥାଶୀଘ୍ର ଦିବ୍ୟାଙ୍ଗ ପ୍ରମାଣ ପତ୍ର ନି ମିଳିଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।