ଭାରତର ଅପରେସନ୍ ସିନ୍ଦୂର ସ୍ଥଗିତ ଅଛି, ସରିନାହିଁ : ଭାରତୀୟ ରାଷ୍ଟ୍ରଦୂତ

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସ୍ଥଗିତ ରହିଛି । ଏହା ସରିନାହିଁ ବୋଲି କହିଛନ୍ତି ଇସ୍ରାଏଲ ଲାଗି ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଜେପି ସିଂହ କହିଛନ୍ତି । ସେ କହିଛନ୍ତି- କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ, ସାଜିଦ ମୀର ଓ ଜାକିଉର ରେହମାନ ଲଖବିଙ୍କୁ ଭାରତ ହାତରେ ପ୍ରତ୍ୟର୍ପଣ କରିବା ଲାଗି ପାକିସ୍ତାନ ନିକଟରେ ଦାବି କରାଯାଇଛି ବୋଲି କହିଛନ୍ତି ରାଷ୍ଟ୍ରଦୂତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଯେପରି ଆମେରିକା ଭାରତ ହାତରେ ପ୍ରତ୍ୟର୍ପଣ କଲା ଠିକ୍ ସେହିପରି ଏହି ୩ ଆତଙ୍କୀଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ପାକିସ୍ତାନ ନିକଟରେ ଭାରତ ଦାବି କରିଛି ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସେ ଏପ୍ରିଲ ୨୨ ପହଲଗାଓଁ ହମଲାକୁ ତୀବ୍ର ସମାଲୋଚନା କରିବା ସହ ଭାରତର ଅପରେସନ ସିନ୍ଦୂର ଆତଙ୍କୀ ସଂଗଠନଗୁଡିକ ବିରୋଧରେ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି । ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି । ଯଦି ରାଣାକୁ ଆମେରିକା ଭାରତ ହାତରେ ପ୍ରତ୍ୟର୍ପଣ କରିପାରିଲା ତେବେ ପାକିସ୍ତାନ କାହିଁକି ଏହି ୩ ଆତଙ୍କୀଙ୍କୁ ହସ୍ତାନ୍ତର କରିପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।